ତିନି ନମ୍ବର ୱାଡରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ତିନି ନମ୍ବର ୱାଡ଼ରେ ପାନୀୟ ଜଳ ଯୋଗାଣ ରେ ସମସ୍ୟା ନେଇ ୱାଡ ବାସିନ୍ଦା ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଦୀର୍ଘବର୍ଷଧରି ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଲେ , ଉକ୍ତ ସମୟରେ ପାନୀୟଜଳ ସ୍ୱଳ୍ପ ସମୟ ପାଇଁ ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ସେହି ସମସ୍ୟା ଦେଖାଦେଉଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆସିଯାଇଥିବା ବେଳେ ପାନୀୟ ଜଳ ପାଇଁ ଡହଳ ଓ ବିକଳ ହେବାକୁ ପଡୁଛି। ତେଣୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ପ୍ରତିକାର କରାନଗଲେ ବଡ଼ବଜ଼ାର ଓ ଷ୍ଟେସନକୁ ସଲଗ୍ନ କରୁଥିବା ବିଜୁପଟ୍ଟନାୟକ ମାର୍ଗ ରାସ୍ତାକୁ ଅବରୋଧ କରାଯିବା ବୋଲି କହିଛନ୍ତି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଟୁନା ଶତପଥୀ, କାହ୍ନୁଚରଣ ପଣ୍ଡା, ଗୌରଚନ୍ଦ୍ର ମହାପାତ୍ର, ବସୁଦେବ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ