ମଧ୍ୟଯୁଗୀୟ ପାରାଭାଡି ଗମ୍ବୁଜ ର ସରୁକ୍ଷା ପାଇଁ ଉଦ୍ୟମ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରରର ଋଷକିୁଲ୍ୟା ମୁହାଣ ନକିଟରର ଅବସ୍ଥତି ପୋତାଗଡର ବିକାଶ ଓ ଏହାର ଗଡଖାଇରେ ନୌକାଚାଳନା ପାଇଁ ରାଜ୍ୟସରକାର ଅର୍ଥ ମଞ୍ଜରୁ କରଛିନ୍ତି ଓ ଏହି କାର୍ଯ୍ୟ ଆରମ୍ଭ ହୋଇ ଯାଇଅଛି । ଏହି ପରିପ୍ରେକ୍ଷୀରେ ଏହି ଐତହିାସକି ଦୁର୍ଗ ନକିଟରେ ଥିବା ଆଉ ଏକ ଐତିହାସିକ ଯାହା” ପାରାଭାଡି ” ରୂପେ ଆଦୃତ ତାହାର ପୁନଃଉଦ୍ଧାର ଓ ସଂରକ୍ଷଣ କରାଯାଇ ପର୍ଯ୍ୟଟନ ମାନ୍ୟତାରେ ସାମିଲ କରିବା ପାଇଁ ପୁର୍ବତନ ଉପବାଚସ୍ପତି ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରଥିିବା ଜଣାପଡିଛି । ଜାତୀୟ ରାଜପଥ(୧୬) ଠାରୁ ଏକ କିଲୋମିଟର ଦୂରତାରେ ଥିବା ଏହି ଦୁଇ ଐତିହାସିକ କୀର୍ତ୍ତିରାଜ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ଓ ପର୍ଯ୍ୟଟକ ମାନେ ଋଷକିୁଲ୍ୟା ମହୁାଣରେ ବଳାଭୂମି ଉପଭୋଗ କରିପାରିବେ। ରକ୍ଷଣା ବେକ୍ଷଣ ଅଭାବରୁ ପାରାଭାଡି ଗମ୍ବୁଜ ବୃକ୍ଷଲତା ଆଚ୍ଛାଦିତ ହୋଇଛି। ଓ ଏହାର ଚତୁଃପାର୍ଶ୍ୱକୁ କିଛି ଲୋକ ଜବରଦାଖଲ କରିଛନ୍ତି। ଏଠି ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମରେଅବସ୍ଥିତ ଏହି ପାରାଭାଡି ମୋଗଲ ଓ ବ୍ରିଟିଶ ଶାସନ କାଳରେ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ଶ୍ରୀଲଙ୍କା, ବର୍ମା ପ୍ରଭୁତି ଅଞ୍ଚଳକୁ ଯାଗାଯାଗ କରବିାପାଇଁ ପାରା ମାନଙ୍କୁ ଯୋଗାଯୋଗ ସୈନିକ ରୂପେ ବ୍ୟବହାର କରାଯାଉଥିଲା। ଏଥି ପାଇଁ ଗଞ୍ଜାମର ଏହି ପାରା ଆଶ୍ରୟ ଗମ୍ବୁଜ ଓ ତାଲିମ କେନ୍ଦ୍ର ଅବସ୍ଥାପିତ ହୋଇଥିଲା । ପାରା ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ଚଠିି ନେଇଯିବା ଓ ପୁଣିଥରେ ଆଶ୍ରୟ ସ୍ଥଳକୁ ଫେରିବା ପାଇଁ ଏଠାରେ ତାଲିମ ଦିଆଯାଉଥିଲା। ଏହି ଗମ୍ବୁଜ ମଧ୍ୟରେ ପ୍ରାୟ ଏକ ହଜାର ପାରାଙ୍କ ରହିବା ଓ ଖାଦ୍ୟ ଖାଇବା ପାଇଁ ବ୍ୟବସ୍ଥା ରହିଥିଲା ।ଉଲ୍ଲେଖଯୋଗ୍ୟ ,ସ୍ଵାଧିନତା ପର ବହୁବର୍ଷ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲା ପୋଲିସ ମୁଖ୍ୟଦପ୍ତରରେ ପାରାଙ୍କ ସହଯୋଗରେ ଥାନାଗୁଡିକୁ ବାର୍ତ୍ତା ଆଦାନ ଓ ପ୍ରଦାନ ହେଉଥିଲା। ଓ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପାରାମାନଙ୍କ ଆଶ୍ରୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିଲା ଓ ତାଲିମ ପ୍ରାପ୍ତ କର୍ମଚାରୀ ରହିଥିଲେ। ଟେଲିଫୋନ, କମ୍ପୁଟର ବଜ୍ଞିାନର ସୁବିଧା ନଥିବା ବେଳେ ପ୍ରଶାସନକୁ ପାରା ସେନାର ଅବଦାନ ମାନବ ସଭ୍ୟତା ବକିାଶ ଦିଗରେ ମଣିଷ ଓ ପଶୁଙ୍କ ମଧ୍ୟରେ ସଂଯାଗ ଓ ସହଯୋଗର ଏକ ଅପୂର୍ବ ଇତିହାସ ସ୍ମାରକୀ ବୋଲି ପୁର୍ବତନ ଉପବାଚସ୍ପତି ପଣ୍ଡା ତାଙ୍କ ପତ୍ରରରେ ଉଲ୍ଲେଖ କରିଛନ୍ତି। ଋଷିକୁଲ୍ୟା ମହୁାଣ ନକିଟରର ଅବସ୍ଥତି ପାତାଗଡ ଓ ପାରାଭାଡି ପର୍ଯ୍ୟଟନ କେନ୍ଦ୍ର, ନାଗରକି ମାନଙ୍କୁ ପୂର୍ବ ଇତିହାସ ଓ ନୌବାଣିଜ୍ୟର ଐତିହ ଓ ସଂସ୍କୃତି ଉପରେ ପ୍ରେରଣା ଯୋଗାଇବ ବୋଲି ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ,ଗଞ୍ଜାମ ସହର ଠାରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଏହି ପାରାଭାଡ଼ିର ପୁନରୁଦ୍ଧାର ପାଇଁ ଭରସା ଅନୁଷ୍ଠାନର ସମ୍ପାଦକ ଦୂର୍ଗା ମାଧଵ ପାଣିଗ୍ରାହୀ ଉଦମ୍ୟ ଆରମ୍ଭ କରିବା ସହ ବିଭାଗୀୟ ଅଧିକାରୀ , ବିଧାୟକ ଓ ପୁର୍ବତନ ଉପବାଚସ୍ପତିଙ୍କୁ ଚିଠିକରିଥିଲେ। ପରବର୍ତ୍ତୀ ସମୟରେ ପୁର୍ବତନ ଉପବାଚସ୍ପତି ପଣ୍ଡା ଉକ୍ତ ଐତିହାସିକ ପରାଭାଡ଼ି ପରିଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ