ଭାରତ ଭ୍ରମଣରେ ମହୀଶୂର ର ଯୁବକ କ୍ରିଷ୍ଣା ; ଦିଗପହଣ୍ଡି ରେ ବିପୁଳ ସମ୍ବର୍ଦ୍ଧନା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପରିବେଶ ସୁରକ୍ଷା ଓ ଯୋଗ ର ପ୍ରଚାର ପ୍ରସାର ବାର୍ତ୍ତା ନେଇ ଭାରତ ଭ୍ରମଣରେ ବାହାରିଛନ୍ତି କର୍ଣ୍ଣାଟକ ମହୀଶୂର ର ଯୁବକ କ୍ରିଷ୍ଣା ନାୟକ। କର୍ଣ୍ଣାଟକ ର ମହୀଶୂର ଠାରୁ ଗତ ଅକ୍ଟୋବର ୨୦୨୨ ରୁ ସେ ପଦଯାତ୍ରା ଆରମ୍ଭ କରି ଛତିଶଗଡ ରାଜ୍ୟର ବସ୍ତର ଜିଲା ଅତିକ୍ରମ କରି  ଓଡ଼ିଶା ଗଜପତି ଜିଲା ଓ ପରେ ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ପହଞ୍ଚିଥିଲେ। ଅବାଧ ଗଛ କଟାକୁ ବିରୋଧ କରିବା ସହ ବ୍ୟାପକ ପରିମାଣରେ ବୃକ୍ଷାଚାରା ରୋପଣ ଓ ଜଳ ର ସଂରକ୍ଷଣ ସହ ଯୋଗ ଦ୍ୱାରା କିଭଳି ଶରୀର ସୁସ୍ଥ ସବଳ ରହିବ ସେହି ବାର୍ତ୍ତା ନେଇ ସେ ଭାରତ ଭ୍ରମଣ ପାଇଁ ପଦଯାତ୍ରାରେ ବାହାରିଥିବା କହିଛନ୍ତି। ପଦ ଯାତ୍ରା କାଳରେ ସେ ସମଗ୍ର ଭାରତ ବର୍ଷର ୨୯ ଟି ରାଜ୍ୟ ଅତିକ୍ରମ କରି ବିଶ୍ୱରେ ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନକୁ କିପରି ରୋକାଯାଇପାରିବ ଓ ପରିବେଶ ସୁରକ୍ଷିତ ରହିପାରିବ ସେ ବିଷୟରେ ଲୋକଙ୍କୁ ମହତ୍ ବାର୍ତ୍ତା ଦେବା ସହ ସୁସ୍ଥ ସୁନ୍ଦର ଭାରତ ଗଢ଼ିବା ପାଇଁ କିଛି ମାତ୍ରାରେ ଜନସାଧରଣଙ୍କୁ ସହଯୋଗ ହୋଇପାରିବ, ତାହା ହିଁ ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ବୋଲି କ୍ରିଷ୍ଣା କହିଛନ୍ତି। ଅଦ୍ୟାବଧି ସେ ୫ମାସ ପଦଯାତ୍ରା କରି  ଛତିଶଗଡ଼ ରାଜ୍ୟ ଅତିକ୍ରମ କରି ଓଡ଼ିଶା ରାଜ୍ୟକୁ ପ୍ରବେଶ କରିଥିବା ବେଳେ ଗୁରୁବାର ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଠାରେ ରାତ୍ରି ଯାପନ କରି ଶୁକ୍ରବାର ସନ୍ଧ୍ୟା ରେ ଦିଗପହଣ୍ଡି ରେ ପହଞ୍ଚିଥିଲେ। ଖବରପାଇ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଗଞ୍ଜାମ ଜିଲା ଶାଖା  ସୋସିଆଲ ମିଡ଼ିଆ ପ୍ରମୁଖ ସୁନିଲ କୁମାର ଦୋରା ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଯୁବକ ପହଞ୍ଚି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।   ପରେ ସେ  ଗୋକର୍ଣ୍ଣପୁର ଗ୍ରାମରେ ପହଞ୍ଚି ରାଷ୍ଟ୍ରୀୟ ସ୍ଵୟଂ ସେବକ ଶାଖା ର କର୍ମକର୍ତ୍ତା ଶିକ୍ଷକ ବାବୁଲା ଦୋରା ଙ୍କ ଘରେ ରାତ୍ରି ଭୋଜନ କରି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ  ରାତ୍ରି ଯାପନ କରିବା ସହ ଶନିବାର ସକାଳୁ  କିଛି  ଛାତ୍ରୀ ଛାତ୍ର ଙ୍କୁ  ଯୋଗ ଶିକ୍ଷା ଦେଇଥିଲେ ଓ ଏହାପରେ ସେ ବ୍ରହ୍ମପୁର ଅଭିମୁଖେ ବାହାରି ଓଡ଼ିଶାର ବିଭିନ୍ନ ଜିଲା ଅତିକ୍ରମ କରି ସେ  ପଶ୍ଚିମବଙ୍ଗ ଯିବେ ବୋଲି ଜଣାଇଛନ୍ତି। ୧୫୪ ଦିନର ଯାତ୍ରା ମଧ୍ୟରେ କ୍ରିଷ୍ଣା ଦୀର୍ଘ ୪ ହଜାରରୁ ଅଧିକ କିଲୋମିଟର ପଦଯାତ୍ରା କରିଥିବାବେଳେ ୭ ଟି ରାଜ୍ୟ ଅତିକ୍ରମ କରିଥିବା କହିଛନ୍ତି। ଆହୁରି ୨୨ ଟି ରାଜ୍ୟ ରେ ପଦଯାତ୍ରା କରିବାକୁ ବାକି ଥିବାବେଳେ, ସମ୍ପୂର୍ଣ୍ଣ ଭାରତବର୍ଷକୁ ସେ ୨ବର୍ଷ ମଧ୍ୟରେ ଯାତ୍ରା କରି ସଚେତନତା ର ବାର୍ତ୍ତା  ଦେବେ ବୋଲି କହିଛନ୍ତି।  ଦିଗପହଣ୍ଡି ଅଞ୍ଚଳବାସୀ କ୍ରିଷ୍ଣାଙ୍କ ଏହି ମହତ୍ ଉଦ୍ଦେଶ୍ୟ କୁ ଭୁରି ଭୁରି ପ୍ରଶଂସା କରିବା ସହିତ କ୍ରିଷ୍ଣା ନାୟକଙ୍କୁ ତାଙ୍କ ଯାତ୍ରା ପାଇଁ ସାଧୁବାଦ ଜଣାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ