ଗଜପତିରେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଦଶମ ଶ୍ରେଣୀର ଭୂଗୋଳ ଓ ଇତିହାସ ପରୀକ୍ଷା ରହିଥିବାବେଳେ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ନେଇ ଅଭିଯୋଗ ହୋଇଛି. ଏ ବିଷୟରେ ପରୀକ୍ଷାର୍ଥୀଙ୍କୁ ପଚାରିବାରୁ ସେ ଉତ୍ତରରେ କହିଥିଲେଯେ ଆମକୁ ବି ସେଟ ମିଳିଛି କିନ୍ତୁ ସେଥିରେ ୧୯ ନଂ ପ୍ରଶ୍ନପତ୍ରରେ ପ୍ରଶ୍ନ ନାହିଁ. ଆଉ ୨୦ ଟା ସେଟ (ଏ ) ମିଳିଛି. ତାପରେ ଦେଖିଲୁ ଯେ ଆମକୁ ବି ସେଟ ମିଳିଛି. ଯେତେବେଳେ ପ୍ରଶ୍ନପତ୍ର ଓଲଟାଇ ଦେଖିଲୁ ଆମକୁ ସେଟ (ଏ ) ମିଳିଛି. ଆମର ଯେତିକି ପ୍ରଶ୍ନପତ୍ର ପୁର୍ନବାର ହୋଇଛି ଏହାର ତାହାର ମାର୍କ ଆମକୁ ଦରକାର. ଆଉ ୧୯ ନଂ ପ୍ରଶ୍ନ ଉଭାନ ଅଛି ତାର ବି ମାର୍କ ଦରକାର. ଏଥିପାଇଁ କଣ ପଦକ୍ଷେପ ନିଆ ଯାଇଛି ପଚାରିବାରୁ ଛାତ୍ରୀ କହିଥିଲେଯେ ଏ ବାବଦରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜଣାଇଛୁ. ତାପରେ ପରୀକ୍ଷା ଅନୁଧ୍ୟାନରେ ଆସିଥିବା ସ୍କ୍ୱାର୍ଡ ଜିଲ୍ଲାପାଳ, ବିଇଓ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଛୁ. ପ୍ରଶ୍ନପତ୍ରର ପ୍ରଥମ ପୃଷ୍ଠାରେ ସେଟ (ବି ) ଲେଖା ଯାଇଥିବାବେଳେ ଭିତର ପୃଷ୍ଠା ଗୁଡିକ ସେଟ (ଏ ) ଉଲେଖ କରାଯାଇଛି. ଏଥିସହ ୬ ନଂ ପ୍ରଶ୍ନଟି ୧୨ ନଂ ପ୍ରଶ୍ନରେ ଉଲେଖ ହୋଇଛି. ଯାହାକୁ ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି. ବର୍ତ୍ତମାନ ଏହି ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି. କାରଣ ଏଥିରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ରହିଛି. ଏଭଳି ଭୁଲ କାର୍ଯ୍ୟ ପାଇଁ ଗଣ ଶିକ୍ଷା ମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ