ନାବାଳିକାକୁ ଅପହରଣ ଅଭିଯୋଗ ଡାକ୍ତରଙ୍କ ପୁଅକୁ ଫସାଇବାକୁ ଚକ୍ରାନ୍ତ

ମୁରିବାହାଲ, (ଯୁଗାବ୍ଦ ନ୍ୟୁଜ):ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଯୁବତୀଙ୍କ ମା’ । ଏହି ଘଟଣାରେ ଟୁର୍ଚ୍ଛାକାନୀ ଗାଁର ଦୀପକ ସରାଫ ଓ ଚନ୍ଦନ ସରାଫ ନାମକ ଦୁଇଜଣ ଯୁବକଙ୍କ ନାମରେ ଥାନାରେ ମାମଲା ରୁଜୁ କରିଛନ୍ତି ଯୁବତୀଙ୍କ ମା’ । ତାଙ୍କ କହିବା ଅନୁଯାୟୀ ଯୁବତୀଙ୍କୁ ବାଇକ ଯୋଗେ ଦୀପକ ଓ ଚନ୍ଦନ ଶୁକ୍ରବାର ରାତି ୮ ଘଟିକାରେ ଅପହରଣ କରିନେଇଥିଲେ । ଖୋଜାଖୋଜି କରି ନିରାଶ ହେବାରୁ ଶନିବାର ମୁରିବାହାଲ ଥାନାରେ ଏତଲା ଦେଇଥିଲେ । ପୋଲିସ୍ ଥାନା କେସ୍ ନଂ-୩୯/୨୩ରେ ରୁଜୁ କରି ଅଧିକ ତଦନ୍ତ କରୁଛି ବୋଲି ଆଇଆଇସି କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି । କିନ୍ତୁ ଏ ନେଇ ଚନ୍ଦନଙ୍କ ବାପା କହିଛନ୍ତି ଯେ, ମୁଁ ଜଣେ ଡାକ୍ତର ହୋଇଥିବାରୁ ମୋତେ ଓ ମୋ ପୁଅ ଚନ୍ଦନ ନାମରେ ଅପପ୍ରଚାର କରି ମୋର ମାନ ସମ୍ମାନକୁ ବଦନାମ କରିବା ପାଇଁ କିଛି ଖଳ ପ୍ରକୃତିର ଲୋକ ଚେଷ୍ଟା କରୁଛନ୍ତି । ଯେଉଁଦିନ ଯୁବତୀ ଓ ତାଙ୍କ ପ୍ରେମିକ ଦୀପକ ମିଶି ଫେରାର ହେଲେ ସେଦିନ ଚନ୍ଦନ ଘରେ ଥିଲା ବୋଲି କହିଛନ୍ତି ଚନ୍ଦନଙ୍କ ବାପା । ଏପଟେ ଫେରାର ହୋଇଥିବା ଯୁବତୀ ମଧ୍ୟ ନିଜ ମୋବାଇଲରେ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି କହିଛନ୍ତି ଯେ, ମୋ ନାମ ଦୀପା ମଲ୍ଲିକ, ମୋତେ ୧୭ ବର୍ଷ ହୋଇସାରିଛି । ମୁଁ ମୋର ଇଚ୍ଛାରେ ଦୀପକ ସହ ଘରୁ ଚାଲିଆସିଛି । ମୋତେ କେହି ଫେରାର ହେବାରେ ସହଯୋଗ କରିନାହାଁନ୍ତି । ମୁଁ ଘର ଛାଡ଼ି ଚାଲି ଆସିବାରେ ଚନ୍ଦନଙ୍କ କୌଣସି ହାତ ନାହିଁ ବୋଲି ମଧ୍ୟ ଉକ୍ତ ଯୁବତୀ ଜଣକ କହୁଥିବା ଭିଡ଼ିଓ ମଧ୍ୟ ଏବେ ମୁରିବାହାଲ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି । ତେବେ ଏଥିରୁ ସ୍ପଷ୍ଟ ହୋଇପାରେ ଯେ, କିଛି କୁଚକ୍ରୀ ମିଶି ଡାକ୍ତରଙ୍କ ମାନ ସମ୍ମାନକୁ ହାନୀ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି । ହୋଇପାରେ ଫେରାର ହୋଇଥିବା ଯୁବତୀଙ୍କ ମା’ ହାତ କରି ଡାକ୍ତର ଓ ତାଙ୍କ ପୁଅ ଚନ୍ଦନଙ୍କ ଠାରୁ ମୋଟା ଅଙ୍କର ଫାଇଦା ହାସଲ କରିବାର ଏକ ଷଡ଼ଯନ୍ତ୍ର ଚଳାଇଛନ୍ତି । ତେବେ ବାଡ଼ି ବାଇଗଣ ବାଡ଼ ଖାଇଗଲା ନୀତି ଯଦି ସେଠାରେ ଚାଲିଥିବ ତେବେ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ଭରସା ରହିବ ନାହିଁ । ପୋଲିସ୍ ବିଭାଗ ଏହାର ସଠିକ୍ ତଦନ୍ତ କରୁ ବୋଲି ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ