ଜିଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ସମୀକ୍ଷା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ଜନିତ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ମାନସ ଚିନ୍ତାଧାରା “ନିରୀକ୍ଷଣ ଆପ୍ “ ଏବଂ ଇସିଜି କାର୍ଯ୍ୟକ୍ରମର ଏଡ୍ରୋଏଡ୍ ର ଶୁଭାରମ୍ଭ ଜିଲ୍ଲାପାଳଙ୍କ ଦ୍ବାରା ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଏହାର ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ମହିଳା ଏବଂ ସେମାନଙ୍କର ଜନ୍ମିତ ଶିଶୁ ମାନଙ୍କର ସ୍ବାସ୍ଥ୍ୟରକ୍ଷା ସକାଶେ ପ୍ରସବ ଯତ୍ନ ଅତ୍ୟନ୍ତ ଜରୁରୀ । ପ୍ରତିଷେଧକ ସ୍ବାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ବିଧିଗତ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ତ ଦିଗ ପ୍ରତି ଏହି ନିରୀକ୍ଷଣ ଆପ୍ ଅନେକ ସହଯୋଗ କରିବ । ମହିଳା ମାନେ ଗର୍ଭାବସ୍ଥାରେ ସୁସ୍ଥ ଆଚରଣ ବିଷୟରେ ଜଣେ କୁଶଳୀ ସ୍ବସ୍ଥ୍ୟ କର୍ମଚାରୀଙ୍କ ଠାରୁ ଶିକ୍ଷା ଗ୍ରହଣ କରିପାରିବେ । ଗର୍ଭାବସ୍ଥା ଏବଂ ପ୍ରସବ ସମୟରେ ସେମାନେ ପୂର୍ବରୁ କେଉଁ ସବୁ ଚିହ୍ନ ଗୁଡିକ ବା ଲକ୍ଷଣ ଗୁଡିକ ଦେଖାଯିବ ସେ ସବୁ ସମ୍ପର୍କରେ ଭଲଭାବରେ ଅବଗତ ହୋଇ ପାରିବେ ଏବଂ ସେମାନଙ୍କ ଜୀବନର ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ସାମାଜିକ, ଭାବନାତ୍ମକ ଏବଂ ମାନସିକ ସମର୍ଥନ ଗ୍ରହଣ କରିବା ଦିଗରେ ସହାୟକ ହୋଇ ପାରିବ । ଶିଶୁ ଜନ୍ମ ପୂର୍ବରୁ ଯତ୍ନ ଏବଂ ଏହା ସହିତ ଜଡିତ ବିଭିନ୍ନ ଦିଗ ପ୍ରତି ଶିକ୍ଷା, ସ୍କ୍ରିନିଂ, ପରାମର୍ଶ, ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରିବା ସହିତ ମା ଏବଂ ଗର୍ଭସ୍ଥ ଶିଶୁର ଉନ୍ନତି ପାଇଁ ପ୍ରୋତ୍ସାହନ ମିଳି ପାରିବ । ଗର୍ଭାବସ୍ଥାରେ ସଠିକ ଆଣ୍ଟିନେଟାଲ ଚେକ ଅପ୍ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣା ଅଲଟ୍ରାସାଉଣ୍ଡ ପରୀକ୍ଷା ସୁବିଧା ଯୋଗାଇ ବିପଦ ଚିହ୍ନ ଗୁଡିକର ଶୀଘ୍ର ଚିହ୍ନଟ କରିବା ଏବଂ ପରେ ନିରାପଦ ମାତୃତ୍ବ ପାଇଁ ପ୍ରତିଷେଧକ ପରିଚାଳନା ଯୋଗାଇବା ହେଉଛି ଏହା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।ଏହି ସମୀକ୍ଷାୈ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଏନ୍.ଆର୍.ଏଚ୍.ଏମ୍. ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଡିଏମଆରସିଏଚ୍ ଶକ୍ତି କୁମାର ଦିଗାଲ, ସମସ୍ତ ସିଡିପିଓ ଓ ସମସ୍ତ ଆଶାକର୍ମୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ