କୋଣାର୍କ ରେ ମେଡ଼ିକାଲ ଜନିତ ସମସ୍ୟା ଓ ଏହାର ସମାଧାନ ପାଇଁ ଆୟୋଜନ ହେଲା ସାମ୍ବାଦିକ ସମ୍ମିଳନୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ୱ ପ୍ରସିଦ୍ଧ କୋଣାର୍କ ରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମେଡିକାଲ ଜନିତ ସମସ୍ୟା କୁ ନେଇ ଧୀରେ ଧୀରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ନେଇ କୋଣାର୍କ ର ଯୁବ ପିଢ଼ି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡିଥିବା ବେଳେ ଧୀରେ ଧୀରେ ଅଞ୍ଚଳବାସୀ ଙ୍କ ସହଯୋଗ ମିଶନ ମେଡିକାଲ କୁ ଅଧିକ ଶକ୍ତିଶାଳୀ କରୁଛି। କୋଣାର୍କ ରେ ମେଡିକାଲ ଜନିତ ସମସ୍ୟା ଓ ଏହାର ସ୍ଥାୟୀ ପ୍ରତିକାର ପାଇଁ ସୋମବାର ପୂର୍ବାହ୍ନରେ କୋଣାର୍କ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। କୋଣାର୍କ ର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ଙ୍କ ଦ୍ଵାରା ଆୟୋଜିତ ଏହି ସମ୍ମିଳନୀରେ କୋଣାର୍କ ସୁରକ୍ଷା ସମିତିର ଆବାହକ ଭାଗୀରଥି ସ୍ୱାଇଁ, ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ସରପଞ୍ଚ ମନୋରଞ୍ଜନ ପରିଡା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଭାସ୍କର ସେଠ , ବରିଷ୍ଠ ବିଜେଡି ନେତା ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ସମ୍ପାଦନା କରିଥିଲେ। ଗତ ମାର୍ଚ୍ଚ ୧୬ ତାରିଖରେ କୋଣାର୍କ ଡେଭଲପମେଣ୍ଟ କାଉନ୍ସିଲ ପକ୍ଷରୁ ଏହି ସମସ୍ୟା କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ,୫ଟି ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହାର କୌଣସି ପ୍ରତିଉତ୍ତର ଏଯାବତ ନଆସିବାରୁ ସାମ୍ୱାଦିକ ସମ୍ମିଳନୀ ଡକାଇ କୋଣାର୍କ ର ଯୁବ ପିଢ଼ି ଏବଂ ବରିଷ୍ଠ ନାଗରିକ ମାନେ ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି ଯେ ଯଦି ଏପ୍ରିଲ ୧ ସୁଦ୍ଧା ଏହାର କୌଣସି ଉତ୍ତର ନଆସେ ତେବେ ଏପ୍ରିଲ ୨ ରେ ପୁନଃ ଏକ ଚିଠି ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଲେଖାଯିବ ଏବଂ ସେଥିରେ ମେଡିକାଲ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଲ୍ଲେଖ ରହିବା ସହ ୧୫ ଦିନର ମହୁଲତ ରାଜ୍ୟ ସରକାର ଙ୍କୁ ମଗାଯିବ, ଏବଂ ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏହାର କୌଣସି ପନ୍ଥା ରାଜ୍ୟ ସରକାର ବାହାର ନକରନ୍ତି ତେବେ କୋଣାର୍କ ଅଞ୍ଚଳ ରୁ ଶତାଧିକ ଆବାଳ ବୃଦ୍ଧ ବନିତା କୋଣାର୍କ ଠାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୋଣାର୍କ ର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିବା ବେଳେ, କୋଣାର୍କ ଡେଭଲପମେଣ୍ଟ କାଉନ୍ସିଲ ର ସଦସ୍ୟ ପିନାକୀ ନାୟକ ଓ ଶୁଭାଶିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ