ସୁୁପର ସଣ୍ଡେ ରେ ସୁପର ମ୍ୟାଚ

ଥିରୁବନନ୍ତପୁରମ- ଭାରତ ଗସ୍ତରେ ଥିବା ୱେଷ୍ଟ ଇଣ୍ଡିଜ ରବିବାର ଥିରୁବନନ୍ତପୁରମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳିବ । ତିନି ଶୃଙ୍ଖଳା ବିଶିଷ୍ଟ ପ୍ରଥମ ମ୍ୟାଚକୁ ଭାରତ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ବଳରେ ଜିତି ନେଇଥିବାବେଳେ ଆଜିର ମ୍ୟାଚକୁ ଜିତି ସିରିଜି ହାତେଇବ ବୋଲି ଆଶା ରଖିଛି ମ୍ୟାନ ଇନ ବ୍ଲ୍ୟୁ । ଅନ୍ୟପଟେ ଟି-୨୦ର ବାଦଶାହା କୁହାଯାଉଥିବା ୱେଷ୍ଟଇଣ୍ଡିଜ ଏହି ମ୍ୟାଚକୁ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୁଚନା ମିଳିଛି । ଆଜିର ମ୍ୟାଚ ଉଭୟ ଦଳ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି ଜଣାପଡୁଥିବାବେଳେ । ଅନ୍ୟପଟେ  ଦମଦାର ଫର୍ମରେ ଥିବା ବିରାଟ କୋହଲି ଙ୍କ ବ୍ୟାଟରୁ ଆଜି ଦର୍ଶକ ପୁଣି ଗୋଟିଏ ସୁନ୍ଦର ଇନିଂସ ଦେଖିବା ପାଇଁ ଚାହିଁବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ