ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏନକିୟୁଏସ ପାଇଁ ମନୋନୀତ

ବୁଗୁଡା-  ଗଂଜାମ ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନେସନାଲ କ୍ବାଲିଟି ଏଣ୍ଡ ଆସୁରେନ୍ସ ଷ୍ଟାଣ୍ଡଡ ଯୋଗ୍ୟତା ପାଇଁ ପ୍ରଥମ ସ୍ଥାନ ପାଇ ସୁପାରିଶ ହୋଇଥିବା ଜଣାପଡିଛି।ଗଂଜାମ ଜିଲ୍ଲା ସିଡିଏମଓଙ୍କ ଦ୍ୱାରା ମନୋନୀତ ୩ଜଣିଆ ଟିମ ଗଂଜାମ ଜିଲ୍ଲାର ସମସ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସିଡ଼ିଏମଓଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଅନୁଧ୍ୟାନ କଲାପରେ ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପତ୍ରାଙ୍କ ନମ୍ବର ୨୨୮/୧ ତାରିଖ ୦୬/୧୨/୨୦୧୯ ପ୍ରକାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଡାଇରେକ୍ଟରଙ୍କ ନିକଟକୁ ଗଂଜାମ ଜିଲ୍ଲାର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୩ ଟିକୁ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୪ ଟିକୁ ସୁପାରିଶ କରିଥିବା ବେଳେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ( ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ) ଏକ ନମ୍ବରରେ ଅଛି। ଏଥି ପାଇଁ ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦ୍ବୟ, କର୍ମଚାରୀ ବୃନ୍ଦ ଓ ମାଣିତରା ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ