ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ-ଲିଙ୍ଗି ଦୃଶ୍ୟମାନତା ଦିବସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତିୟ-ଲିଙ୍ଗି ଦୃଶ୍ୟମାନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର\’ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି ସମାଜରେ ସଂସ୍କାର ଅଣାଯାଇ କିନ୍ନର ସମ୍ପ୍ରଦାୟକୁ କିଭଳି ସଶକ୍ତ କରାଯାଇ ସ୍ୱାବଲମ୍ବୀ କରା ଯାଇପାରିବ , ସେମାନଙ୍କ ନ୍ୟାଯ୍ୟ ଅଧିକାର ଓ ଯୋଗାଇ ଦିଆ ଯାଉଥିବା ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ କହି ସେମାନେ ସ୍ୱାଭିମାନର ସହିତ ସମାଜରେ କିଭଳି ବଞ୍ଚି ପାରିବା ସହ ସେମାନଙ୍କ ମନରେ ଆଶା\’ର କିରଣ କିଭଳି ଆସିପାରିବ ସେ ସବୁର ବିଭିନ୍ନ ଦିଗ ଉପରେ କହିଥିଲେ ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିରେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କିନ୍ନର ମାନଙ୍କୁ ସମାଜରେ ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର‌୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହି କିନ୍ନର ମାନଙ୍କୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକ ମାନଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି କହିଥିଲେ । ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ସ୍ବେଚ୍ଛାସେବୀ ସଂସ୍ଥା \”ସଖୀ\” ର ସମ୍ପାଦିକା ତଥା କିନ୍ନର ସଂଘର ସମ୍ପାଦିକା ଶେଖ୍ ଯଶ୍ମିନ , \”ଶ୍ୱାସ\” ଟି ଆଇ: ସ୍ବେଚ୍ଛାସେବୀ ସଂସ୍ଥାର ସମ୍ପାଦିକା କେ: ସୁନିତା ପ୍ରମୁଖ ମଞ୍ଚାସିନ ରହି କିନ୍ନର ମାନଙ୍କ ସଂଘର୍ଷ ମୟ ଜୀବନ , ସେମାନଙ୍କ ନିମନ୍ତେ କଣ ସବୁ କାର୍ଯ୍ୟକ୍ରମ ଉପଲବ୍ଧ , ସେମାନଙ୍କ ଆଧିକାର , ସୁରକ୍ଷା ଓ ସମାନ ନ୍ୟାୟ ସୁନିଶ୍ଚିତ ସମେତ ସମାଜରେ ସେମାନେ ସ୍ୱାଭିମାନ ସହ କିଭଳି ବଞ୍ଚିପାରିବେ ସେ ସମ୍ପର୍କରେ ଆଲୋଚନାରେ କହିଥିଲେ ।ସଭା କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ସଂଯୋଜନା କରି ପ୍ରାରମ୍ଭିକ ସୂଚନା ଦେବା ସହ ପରିଚାଳନା କରିଥିଲେ । ଏହି ଅବସରରେ ତୃତୀୟ ଲିଙ୍ଗୀ ବ୍ୟକ୍ତି ମାନଙ୍କୁ ପ୍ରମାଣ ପତ୍ର ଓ ପରିଚୟ ପତ୍ର ମଞ୍ଚାସିନ ଅଧିକାରୀ ମାନଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲା ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ କିନ୍ନର ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ କାର୍ଯ୍ୟାଳୟର ଏସଏସଏସ: ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ , ଶ୍ରୀ ରୀଙ୍କୁ ମହାରଣା , ୱାଈ: ଅନୁସ୍ଵୟା ଏବଂ ଶ୍ରୀ ସୁମନ ମିଶ୍ର ଏବଂ କିନ୍ନର ପ୍ରମୁଖ ପରିଚାଳନା\’ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ