ଲିଙ୍ଗରାଜର ଚାରିପାଖ ହେବ ଅବାଧ ମୁକ୍ତ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ଚାରିପାଖ ଗଢିଉଠିଥିବା ଦୋକାନ ଉପରେ ଚାଲିଲା ପ୍ରଶାସନର ବୁଲଡୋଜର । ସୋମବାର ଲିଙ୍ଗରାଜ ମନ୍ଦିରକୁ ଲାଗିଥିବା ବିଭିନ୍ନ ଦୋକାନ ଉପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ସକାଳ ୧୧ଟା ସମୟରେ ମନ୍ଦିରର ସମ୍ମୁଖ ଭାଗରେ ଥିବା ବିଭିନ୍ନ ଦୋକାନକୁ ଭାଙ୍ଗିବା ପରେ ମନ୍ଦିରର ଉତ୍ତର ପଟେ ଥିବା ସରକାରୀ ଜମିରେ ନିର୍ମାଣ ହୋଇଥିବା ଦୋକାନ , କୋଠା ଆଦିକୁ ଭାଙ୍ଗି ଦିଆଯାଇଛି । ତେବେ ଜବରଦଖଲ ଉଚ୍ଛେଦ ଶାନ୍ତି ପୁର୍ଣ୍ଣ ଭାବେ ଚାଲିଥିବା ଜଣାପଡିଛି । ସୁଚନାଥାଉକି ଗତ ଶନିବାର ଲଙ୍ଗରାଜ ମନ୍ଦିରର ଚାରି ପାଖରେ ଥିବା ସରକାରୀ ଜମି ଜବରଦଖଲ ଉଚ୍ଚେଦ କରାଯିବ ବୋଲି ବିଏମସି ଓ ମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା । ଉକ୍ତ ପ୍ରଚାର ଫଳରେ ଶତାଧିକ ଦୋକାନୀ ସେମାନଙ୍କର କ୍ୟାବିନକୁ ଅନ୍ୟ ଜାଗାରେ ସ୍ଥାନାନ୍ତରିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ