ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ବ୍ୟାଙ୍କ ସମବାହୀ ସମସ୍ତ ଜରୁରୀ କାର୍ଯ୍ୟକୁ ଶୀଘ୍ର ତୁଟାଇ ଦିଅନ୍ତୁ | କାରଣ ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ | ଯେହେତୁ ମେ ମାସରେ ଅନେକ ଗୁଡିଏ ପର୍ବ ପର୍ବାଣି ରହିଛି ଏଣୁ ଏନେଇ ରିଜର୍ଭ ବ୍ୟାଙ୍କ ତରଫରୁ ଛୁଟି ତାଲିକାର ସୂଚନା ପ୍ରକାଶ ପାଇଛି | ଯାହା ଫଳରେ ବ୍ୟାଙ୍କ ରେ ଟଙ୍କା ପୈଠ ଓ ଟଙ୍କା ଉଠାଣ ହାଇପାରିବ ନାହିଁ ଏବଂ ବ୍ୟାଙ୍କ ଜଡିତ କୌଣସି କାର୍ଯ୍ୟ ଗୁଡିକ ସମ୍ଭବ ହୋଇପାରିବ ନାହିଁ କିନ୍ତୁ ସମସ୍ତ ଅନଲାଇନ ବ୍ୟାଙ୍କିଙ୍ଗ ସୁବିଧା ଗୁଡିକ ପୂର୍ବ ପରି ଉପଲବ୍ଧ ରହିବ | ତେଣୁ ବ୍ୟାଙ୍କ ଜଡିତ ସମସ୍ତ ଜରୁରୀ କାର୍ଯ୍ୟକୁ ଶୀଘ୍ର ତୁଟାଇ ଦିଅନ୍ତୁ |