କବିର କବିତା…

କବିର କବିତା…

✍︎ ଚ଼ନ୍ଦନ ବାଡ଼ତ୍ୟା

ଶବ୍ଦ ଗହଳିରେ ଲୁଚି ରହିଥାଇ
କବିତା କୁ ଲେଖେ କବି
ଶବ୍ଦରେ ଶବ୍ଦରେ ସଜ୍ଜିତ କରେ ସେ
ନୂଆ ଶୀର୍ଷକକୁ ଭାବି ।। ୧ ।।

ପ୍ରଭାତ ପୁଷ୍ପରେ ଶୀର୍ଷକ ଭାବେ ସେ
ଭାବରେ ଭାବନା ଭାବି
ଭାବନାକୁ ପୁଣି ଆପଣାର କରି
ଶୀର୍ଷକ କୁ ଲେଖେ କବି ।। ୨ ।।

ଶୀର୍ଷକ କୁ ନେଇ କବିତା ରଚାଏ
ଶବ୍ଦ ସଙ୍ଗେ ଶବ୍ଦ ଯୋଡ଼ି
ଅମୂଲ୍ୟ ଶବ୍ଦକୁ ଅଳଙ୍କାର ବେଶେ
କବିର କଲମ ଧାଡ଼ି ।। ୩ ।।

ଖାତା କଲମକୁ ବନ୍ଧୁର ରଜ୍ଜୁରେ
ବାନ୍ଧିଥାଏ ଦିବାନିଶି
କେବେ ସଞ୍ଜ ବେଳେ କେବେ ପ୍ରଭାତରେ
ଆଳାପ କରେ ସେ ବସି ।। ୪ ।।

ଆଳାପ ଆଳାପେ ଭାବୁଥାଏ କବି
ଲେଖା କ’ଣ ବାସ୍ତବତା ?
ଉତ୍ତର ପାଇବା ଅପେକ୍ଷା ରେ ରୁହେ
ଏହା କବିର କବିତା ।। ୫।।

✍︎ ଚ଼ନ୍ଦନ ବାଡ଼ତ୍ୟା
✍︎ ଚ଼ନ୍ଦନ ବାଡ଼ତ୍ୟା

ନୂଆପେଣ୍ଠ , ଆମ୍ବଗାଁ , ଗଞ୍ଜାମ , ଓଡ଼ିଶା
ମୋ -୭୭୩୫୦୭୯୬୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ