ସିବିଏସଇ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ବନ୍ତ, (ଚାନ୍ଦିନୀ ମହାନ୍ତି):୨୦୨୨-୨୩ ଶିକ୍ଷାବର୍ଷରେ ସିବିଏସଇ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ପ୍ରଦୀପ ପଣ୍ଡା ୯୫.୪ ପ୍ରତିଶତ ରଖି ପ୍ରଥମ, ଛାତ୍ରୀ ସ୍ୱୟଂଶ୍ରେୟା ପାତ୍ର ୯୪.୨ ପ୍ରତିଶତ ରଖି ୨ୟ, ଆଶୁତୋଷ ଖୁଣ୍ଟିଆ ୯୪ ପ୍ରତିଶତ ରଖି ୩ୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟରେ ୯୫ ପ୍ରତିଶତରୁ ଅଧିକ ଜଣେ, ୯୦ ପ୍ରତିଶତରୁ ଅଧିକ ୭ ଜଣ, ୮୦ ପ୍ରତିଶତରୁ ଅଧିକ ୧୨ ଜଣ, ୭୦ ପ୍ରତିଶତରୁ ଅଧିକ ୧୯ ଜଣ, ୬୦ ପ୍ରତିଶତରୁ ଅଧିକ ୧୭ଜଣ, ୫୦ ପ୍ରତିଶତରୁ ଅଧିକ ୧୬ଜଣ, ୩୪ ପ୍ରତିଶତରୁ ଅଧିକ ୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ