ଜିଲ୍ଲାସ୍ତରୀୟ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଦୌରା ଜଜ କୋୖର୍ଟ ପରିସରରେ ଆଜି ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି.ଏହି ଅଦାଲତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରାଜଜ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସହ ନିଜ କୋର୍ଟ କାର୍ଯ୍ୟ ସମାପନ କରିଥିଲେ. ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନ ବିଚାରଧୀନରେ ଥିବା ପ୍ରା ମକଦ୍ଦମା ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋୖର୍ଟମାନ ପ୍ରତିଷ୍ଠା କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ସମ୍ବନ୍ଧିୟ ପ୍ରାକ ମକଦ୍ଦମା ଯୁକ୍ତ କେଶ ଗୁଡିକର ସମାଧାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ପରିବାର ଜିଲ୍ଲା ଅଦାଲତ ଜଜ ସୁବ୍ରତ ମହାନ୍ତି,ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଦୀପ କୁମାର ସାମଲ, ଉପଖଣ୍ଡସ୍ତରୀୟ ବର୍ଷା ସାମଲ,ଆଇନ ସେବା ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା, ବରିଷ୍ଠ ଦେୱାନୀ ବିଚାରପତି ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ. ସେହିପରି ରା. ଉଦୟଗିରି କୋୖର୍ଟ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ମୋହନା ଠାରେ କୋର୍ଟ କାର୍ଯ୍ୟ ସମ୍ପାଦନ କରାଯାଇଥିଲା. ଏହି କୋର୍ଟରେ ବିଭିନ୍ନ ରାଷ୍ଟ୍ରୟାତ୍ତ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ରହି ବ୍ୟାଙ୍କ ସମ୍ବଦ୍ଧିୟ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ. ଏହି ଅଦାଲତ କାର୍ଯ୍ୟକ୍ରମରେ ୧ ହଜାର ୩୩୦ କେଶ ବିଚାରକୁ ନିଆ ଯାଇଥିବାବେଳେ ସେଥି ମଧ୍ୟରୁ ୧୦୩ ତ୍ୱରିତ କେଶର ସମାଧାନ କରାଯାଇ ସର୍ବମୋଟ ୨୦ ଲକ୍ଷ ୨୪ ହଜାର ୪୬୪ ଟଙ୍କା ଆଦାୟ କରାଯାଇଥିଲା.