ବିଜ୍ଞାନ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ
ଆସିକା (ୱାଇଏନ୍ଏସ୍): ବିଦ୍ୟାର୍ଥୀ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଭଲ ମଣିଷ ହେବା ପାଇଁ କଠିନ ପରିଶ୍ରମ କରିବା ସହ ସମୟାନୁବର୍ତ୍ତିତା ହେବାକୁ ସ୍ଥାନୀୟ ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତାମାନେ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି। ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅପରାହ୍ନରେ ଉତ୍ସାହ ଉଦ୍ଦୀପନାର ସହ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ଚୌଧୁରୀଙ୍କ ସଭାପତିତ୍ୱ ଓ କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ, ସମ୍ମାନିତ ଅତିଥି ରୂପେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡଃ ଅରୁଣ କୁମାର ପତି, ମୁଖ୍ୟ ବକ୍ତା ରୂପେ ଅଲ୍ଇଣ୍ଡିଆ ରେଡିଓ ଅବସରପ୍ରାପ୍ତ ବେତାର ଉଦ୍ଘୋଷକ ଡଃ ହୃଶିକେଷ ପାଣିଗ୍ରାହୀ, ମହାବିଦ୍ୟାଳୟର ଅଧ୍ୟାପକ ସରୋଜ କୁମାର ପଣ୍ଡା, ବାଣିଜ୍ୟ ସୋସାଇଟିର ସଂଯୋଜକ ଅଧ୍ୟାପକ ସାରଥୀ ଗମାଙ୍ଗୋ, ବିଜ୍ଞାନ ସୋସାଇଟିର ସଂଯୋଜକ ଅଧ୍ୟାପକ ଏଲ୍.ଭାନୁ ରାଓ, ହ୍ୟୁମାନିଟି ସୋସାଇଟିର ସଂଯୋଜକ ଅଧ୍ୟାପକ ସାଲ୍ କୁମାର ସ୍ୱାମୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ମାର୍ଗଦର୍ଶନ କରି ଦୀର୍ଘ ୫୮ବର୍ଷ ଧରି ଏହି ପୁରାତନ ଶିକ୍ଷାନୁଷ୍ଟାନ ସ୍ଥାନୀୟ ଅଞ୍ଚଳରେ ବହୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିଥିବାରୁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଶିକ୍ଷାଦାନ ଶୈଳୀକୁ ପ୍ରଶଂସା କରିବା ସହିତ ଶୃଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶକରି ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଟାନର ଗୌରବକୁ ବୃଦ୍ଧିକରିବାକୁ ପରାମର୍ଶ ଦେଇ କଠିନ ପରିଶ୍ରମ, ସକରାତ୍ମକ ଚିନ୍ତନ ଓ ପିତାମାତା ତଥା ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଲେ ସଫଳତା ମିଳିବା ଅନିବାର୍ଯ୍ୟ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ବିମୋହିତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ୫୮ତମ ବାର୍ଷିକ ଉତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଡଃ ସନ୍ତୋଷ କୁମାର ଚୌଧୁରୀ, ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ଡଃ ଅଜିତ୍ କୁମାର ମୁନି, ସାଲ୍ କୁମାର ସ୍ୱାମୀ, ସାରଥୀ ଗମାଙ୍ଗୋ, ଏଲ୍.ଭାନୁ ରାଓ, ଧନଞ୍ଜୟ ମହାପାତ୍ର, ରଶ୍ମିପ୍ରିୟା କାଲୁ, ରାଜେଶ୍ କୁମାର ସାହୁ, ମାଧୁରୀ ହେମ୍ବ୍ରେମ୍, ବିଭୁତି ଭୂଷଣ ବେବର୍ତ୍ତା, ବିଘ୍ନରାଜ ପାଢୀ, ଡଃ ନନ୍ଦିତା ଦାଶ, ଡଃ ଜିନିତ୍ ସବା, ପଦ୍ମା ମଲିକ, ଚନ୍ଦନ ମାରାଣ୍ଡି, ମିନତୀ ବେହେରା, ସନାତନ ପାଢୀ, ଗଣେଶ ଡାକୁଆ, ମଂଜୁ ଡାକୁଆ, ପ୍ରିୟବ୍ରତ ପ୍ରଧାନ, କୁନିକା ଦାଶ, ବିଭୁକଲ୍ୟାଣ ପଣ୍ଡା, ରେଶମା ପାତ୍ର, ଲକ୍ଷ୍ମୀକାନ୍ତ ଷଡଙ୍ଗୀଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


