ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ମାନଙ୍କ ତାଲିମ ଶିବିର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଗଣେଷ ବିଦ୍ୟାପୀଠ ପରିସରରେ ଅନ୍ତର୍ନିବେଶୀ ଶିକ୍ଷା ଛତ୍ରପୁର ବ୍ଲକ ସ୍ତରୀୟ ଚାରିଦିନିଆ ଶିକ୍ଷକ ତାଲିମ (ସଞ୍ଚାର-୨) ଶିବିର ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍ତର୍ନିିବେଶୀ ଶିକ୍ଷା ସମ୍ବନ୍ଧୀୟ ଶିକ୍ଷକ ମାନଙ୍କ ତାଲିମ ଶିବିରରେ ସାଧନକର୍ମୀ ଭାବେ ଗୋଷ୍ଠୀ ସମ୍ବଳ ଶିକ୍ଷକ ପ୍ରଣବ ଶତପଥୀ ଓ ଅଜୟ କୁମାର ସାହୁ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲ।। ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ନୃସିଂହ ଚରଣ ମିଶ୍ର , ଏନଏସି ସିଆରସିସି ରୀତା ରଥ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୂଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ୱିନୀ କୁମାର ପାଇକରାୟ ଓ ଦୀପାଞ୍ଜଳି ମହାନ୍ତି ପରିଚାଳନା କରିଥିଲେ ।