ଖତଗଦା ପାଲଟିଛି ବ୍ଲକ ରେକର୍ଡ ରୁମ୍ ସୁରକ୍ଷା ଦାବି

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଯାହାକି 39ଟି ପଂଚାୟତ କୁ ନେଇ ଗଠିତ ଓଡ଼ିଶା ର ଦ୍ବିତିୟ ବୃହତ୍ତମ ବ୍ଲକ ଆଦିବାସି ଅଧ୍ୟୁସିତ ବ୍ଲକ ଏଠି ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଆସୁଛି କିନ୍ତୁ ଠିକ୍ ଜାଗାରେ ବିକାଶ କରିବାରେ ଅବହେଳା କରୁଛନ୍ତି ବ୍ଲକ୍ ପ୍ରଶାସନ କାରଣ ଯେଉଁ ସବୁ ବିକାଶ କାର୍ଯ୍ୟ ପାଇଁ ଠିକାଦରମାନେ ନିଜ କାଗଜ ପତ୍ର ଦିଅନ୍ତି ତାହା କେତେ ସୁରକ୍ଷିତ ତାହା ମୋହନା ବ୍ଲକ କୁ ଆସି ଦେଖିଲେ ଜଣା ପଡ଼ିବ କାରଣ ଏହି ବ୍ଲକ ରେ ରେକର୍ଡ ରୁମ୍ ନିର୍ମାଣ ହେଇଛି ତାହା ମଧ୍ୟ ପୂର୍ବତନ ବାଚସ୍ପତି ସୂର୍ଯୟନାରାୟଣ ପାତ୍ର ଶକ୍ତି ମନ୍ତ୍ରୀ ଥିବା ସମୟ ରେ ଉକ୍ତ ଗୃହ ର ଉଦଘାଟନ କରାଯାଇଥିଲେ ମଧ୍ୟ ସେଇ ସମୟରୁ ଏହି ଗୃହ ରେ ୩୯ ପଞ୍ଚାୟତ ର ଉନ୍ନତୀ କରଣ କାମ ର କାଗଜ ପତ୍ର ରହିଛି l ରାଜ୍ୟ ସରକାର୍ ଙ୍କ ୨୩ ବର୍ଷ ର ବିକାଶ ବହି ଯାହାକୁ ଜନତାଙ୍କ ନିକଟରେ ପହଞ୍ଚାଇବା କଥା ତାହା ବର୍ଷା ପାଣି ପଡ଼ି ଉଈ ଲାଗି ଖତ ଖାଉଛି ସେତିକି ନୁହେଁ ତିତିଲି ସମୟରେ ହେଇଥିବା ଗରର୍ଡମା, କଟାମ, ରାଇପଙ୍କା, ଗୁଲୁବା ପଞ୍ଚାୟତ ଗୁଡ଼ିକ ର ଉନ୍ନତି କରଣ ର ଆବଶ୍ୟକ କାଗଜ ପତ୍ର ପଡ଼ି ରହିଛି l ଯାହାକୁ ଖତ ହେବା ପାଇଁ ଏହି କୋଠା ରେ ଫୋପାଡି ଦିଆଯାଇଛି କାରଣ ଏହି କାଗଜ ପତ୍ର ବାହାରିଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହରିବେ ଆଉ ଅନେକ ଦୁର୍ନୀତି ଅଧିକାରୀ ପଦାକୁ ଆସିବେ ହେଲେ ଉକ୍ତ କାଗଜ ପତ୍ର କେତେ ସୁରକ୍ଷିତ ଅଛି ତାହା ମୋହନା ବିଡ଼ିଓ ଙ୍କ ଦୃଷ୍ଟି କୁ ଆସୁଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଠି କରୁଛି l ଅତିଶୀଘ୍ର ଏହାର ମରାମତି ସହ ନଥିପତ୍ର ଗୁଡିକୁ ସୁରକ୍ଷା ଦେବାପାଇଁ ଦାବି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ