ଥାନେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ପରିସରରେ ନବନିର୍ମିତ ଥାନେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଫାଣ୍ଡି ଅଧିକାରୀ କ୍ଷୀରୋଦ ଚନ୍ଦ୍ର ପରିଡାଙ୍କ ତତ୍ତ୍ୱାବଧାନରେ ୩ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମିଲ୍ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨ୟ ଦିବସର ପ୍ରାତଃରେ ଗୁରୁପୂଜା, ପିତୃମାତୃ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଯଜ୍ଞାଦି କର୍ମ ଆରମ୍ଭ କରାଯାଇ ମନ୍ଦିର ମଧ୍ୟକୁ ଲିଙ୍ଗ ପ୍ରବେଶ କରାଯାଇଥିଲା । ଉଦ୍‌ଯାପନୀ ଦିବସରେ ଶିବ ଲିଙ୍ଗର ଷୋଡଶ ଉପଚାର ପୂଜା, ବୃଷଭ ପୂଜା ଓ ପାଶ୍ୱର୍ ଦେବାଦେବୀ ପୂଜା କରାଯିବା ସହ ଅପରାହ୍ନରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । କର୍ତ୍ତା ଭାବେ ମହେଶ୍ୱର ବେହେରା ଓ ଭାଗବତ ସୂତାର ସପତ୍ନୀକ ଦାୟିତ୍ୱ ତୁଲାଇଥିଲେ । ପଣ୍ଡିତ କାର୍ତ୍ତିକ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପୂଜକ ବିପ୍ଳବ ପଣ୍ଡା, ବିକ୍ରମ କେଶରୀ ନନ୍ଦ, ଦୟାସାଗର ଶତପଥୀ, ହରିହର ମିଶ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କେନ୍ଦୁଆପଦା ଫାଣ୍ଡି ଅଧିନସ୍ଥ ସମସ୍ତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ