ଅତିରିକ୍ତ ସଚିବଙ୍କ ପଛୁଆବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ

ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ତଥା ଏସିବିସି ସର୍ବେକ୍ଷଣର ଭଦ୍ରକ ଜିଲ୍ଲା ପରିଦର୍ଶକ ଦେବବ୍ରତ ମଲ୍ଲିକ ବନ୍ତ ବ୍ଲକ୍ ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ କେତେକ ଏସିବିସି ସର୍ଭେ କେନ୍ଦ୍ରରେ ପହଞ୍ଚି ସର୍ଭେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ବ୍ଲକ୍‌ର ୭୮ଗୋଟି କେନ୍ଦ୍ରରେ ମଇ ୧ ତାରିଖ ଠାରୁ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟ ଜାରୀ ରହିଥିଲା ବେଳେ ବିଭିନ୍ନ ସମୟରେ ରାଜ୍ୟ ପରିଦର୍ଶକ ବନ୍ତ ବ୍ଲକ୍‌ରେ ସମୀକ୍ଷା କାର୍ଯ୍ୟ ଜାରୀ ରଖିଛନ୍ତି । ଆଜି ଭଦ୍ରକ ଜିଲ୍ଲା ପରିଦର୍ଶକ ଦେବବ୍ରତ ମଲ୍ଲିକ ପଧାନପଡା, ନିଳୋକ ଓ ସେଣ୍ଢତୀରା ପଞ୍ଚାୟତର ବିଭିନ୍ନ ସର୍ଭେ କେନ୍ଦ୍ରକୁ ଯାଇ ଘର ଘର ବୁଲି ସର୍ବେକ୍ଷଣ ଅଧିକାରୀ ଓ ସୁପରଭାଇଜର ଦ୍ୱାରା କରାଯାଉଥିବା ସର୍ଭେ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ବିଡିଓ ପ୍ରଦୀପ କୁମାର ସେଠୀ ଓ ମହିଳା ଶିଶୁ କଲ୍ୟାଣ ବିଭାଗର ସୁପରଭାଇଜର୍ କ୍ଷମାପ୍ରଭା ବେହେରା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ