ବିଭିନ୍ନ ସ୍ଥାନରେ ଶିବ ବିବାହ ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ପବିତ୍ର ଶୀତଳଷଷ୍ଠୀ ଅବସରରେ ବନ୍ତ ବ୍ଲକ ଗୋବିନ୍ଦପୁର ସ୍ଥିତ ଭିମେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରୁ ମହାଦେବଙ୍କର ସକାଳ ଧୂପ ଶେଷ ହେବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସମସ୍ତ ମାଙ୍ଗଳିକ କାର୍ଯ୍ୟ ସମାପନ କରାଯିବା ପରେ ମନ୍ଦିର ପରିସରରେ ଦେବଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ଆୟୋଜିତ ହୋଇଥିଲା । ମନ୍ଦିର ପୂଜକ ପ୍ରକାଶ କୁମାର ଦେବତା ଦାୟିତ୍ୱ ନିର୍ବାହ କରିଥିଲା ବେଳେ କନ୍ୟାପିତା ଶଶୀକାନ୍ତ ଜେନା ଓ ବରପିତା ଉମାକାନ୍ତ ନାୟକ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସନ୍ଧ୍ୟାରେ ଆଳତୀ କରାଯାଇ ଦେବଦମ୍ପତ୍ତିଙ୍କୁ ମନ୍ଦିରରେ ପ୍ରବେଶ କରାଯାଇଥିଲା । କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ଜେନା, ଉମାକାନ୍ତ ଜେନା, ଶମ୍ଭୁନାଥ ଜେନା, ସୁରେନ୍ଦ୍ର ପରିଡା, ହୃଷିକେଶ ଜେନା, ଲକ୍ଷ୍ମୀଧର ପଢିହାରୀ, ବିଦ୍ୟାଧର ସେନାପତିଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ