କେନ୍ଦ୍ରାପଡାରେ ଗାନ୍ଧୀ ପଦଯାତ୍ରାର ସ୍ମାରକୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାନ୍ଧିଜୀ ଥିଲେ ଭାରତବର୍ଷର ଆତ୍ମାକୁ ଚିହ୍ନିଥିବା ପ୍ରଥମ ଓ ସର୍ବମାନ୍ୟ ମଣିଷ । ଏଥିଲାଗି ସେ ଦେଶର ପୁରପଲ୍ଲୀକୁ ବାରମ୍ବାର ଯାତ୍ରା କରି ଜନସାଧାରଣଙ୍କ ସମସ୍ୟା ସହିତ ସମ୍ପର୍କିତ ହୋଇଥିଲେ ଏବଂ ଏହାର ନିରାକରଣ ପାଇଁ ଉଦ୍ୟମ କରୁଥିଲେ । ଏହି କ୍ରମରେ ସେ ହରିଜନ ପଦଯାତ୍ରା କାଳରେ ୧୯୩୪ମସିହା ମଇ ମାସ ୨୮ ଓ ୨୯ ଦୁଇଦିନ ଧରି ଗରାପୁର ଡାକବଙ୍ଗଳାରେ ଅବସ୍ଥାନ କରିଥିଲେ । କେନ୍ଦ୍ରାପଡାବାସୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଗୈାରବମୟ ଘଟଣା । ଏହି ଗୈାରବକୁ ଅତୁଟ ରଖିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଶିକ୍ଷକମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ହୋଇଥିବା “କେନ୍ଦ୍ରାପଡାରେ ଗାନ୍ଧୀ ପଦଯାତ୍ରାର ସ୍ମାରକୀ” ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟଅତିଥି ଓ ବିଶିଷ୍ଟ ସାହିତ୍ୟିକ ଡଃ. ବାସୁଦେବ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏପରି କହିଥିଲେ । ଶିକ୍ଷକ ଶୁଭାଂଶୁ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅବଧୂତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୀବନବୀମା ବିକାଶ ଅଧିକାରୀ କୁଳମଣି ଗୋଛାୟତ, ମୁକ୍ତାର ଖାଁ, ଆଇନଜୀବୀ ପ୍ରଦୀପ ଦାଶ, ସୀତାକାନ୍ତ ନାୟକ, ନୃସିଂହ ତ୍ରିପାଠୀ, ଶରତ ରାଉତ, ମେଜର ଭରତ ଚନ୍ଦ୍ର ଜେନା, ସୁରେଶ ପଟ୍ଟନାୟକ, ଶୈଳଜାଶଙ୍କର ସାମଲ, ମଧୁସୁଦନ ନାଥ, ସତ୍ୟନାରାୟଣ ଜେନା, ଅଭିମନ୍ୟୁ ରାଉତ, ନିରଞ୍ଜନ ପରିଡା ପ୍ରମୁଖ ଆଲୋଚନା କରି ଏବେ ଗାନ୍ଧିଜୀଙ୍କ ତ୍ୟାଗ ଓ ବିଚାରକୁ ନ୍ୟୁନ କରଦର୍ଶାଇବା ପାଇଁ ଉଚ୍ଚ ସ୍ତରରେ ଚାଲିଥିବା ଷଡଯନ୍ତ୍ରକୁ ନିନ୍ଦା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ