ବନ୍ଧୁକ ଦେଖାଇ, ସୁନା ରୂପା, ଟଙ୍କା ଓ ମୋବାଇଲ ଲୁଟିଲେ ଦୁର୍ବୃତ

ମୋହନା, (ଅଂଶୁମାନ ପଣ୍ଡା):ଦୁଇଟି ଦୋକାନ ରୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା, ରୂପା,ଟଙ୍କା, ଓ ମୋବାଇଲ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ମେରାପଲି ଗାଁ ଛକରେ l ଏ ସମ୍ପର୍କରେ ମଙ୍ଗଳବାର ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲୁର ଶିକାର ହୋଇଥିବା ପରିବାର ଲୋକେ l ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି l ମିଳିଥିବା ସୂଚନା ପ୍ରକାରେ ସୋମବାର ବିଳମ୍ବିତ ରାତିରେ ମେରାପଲି ଛକରେ ଥିବା ନିରଞ୍ଜନ ସାହୁ ଓ ଦିବ୍ୟlଙ୍ଗ ବାସୁଦେବ ସାହୁ ଙ୍କ ଦୋକାନକୁ ୬ ଜଣ ଦୁର୍ବୁତ୍ତ ଆସିଥିଲେ l ରାତି ପ୍ରାୟ ସାଢେ ୩ ଟାରେ ଉଭୟଙ୍କ ଦୋକାନ କବାଟ ଖୋଲିବାକୁ କହି କିଛି ଜିନିଷ ମାଗିଥିଲେ l ଏହାପରେ ବନ୍ଧୁକ ଓ ମlରଣାସ୍ତ୍ର ଦେଖାଇ ନିରଞ୍ଜନ ଙ୍କ ଠାରୁ ମୋବାଇଲ ଲୁଟି ନେଇଥିଲେ l ପରେ ଦିବ୍ୟlଙ୍ଗ ହୋଇ ମଧ୍ୟ ଦୋକାନ କରି ପରିବାର ଚଳାଉଥିବା ବାସୁଦେବ ଙ୍କ ଦୋକାନ ରୁ କିଛି ଟଙ୍କା ଲୁଟି ନେବା ସହ ତାଙ୍କ ପତ୍ନୀ ପିନ୍ଧିଥିବା ସୁନାର କାନ ଫୁଲ ଓ ରୁପା ପାଉଁଜି ଲୁଟି ନେଇଥିଲେ l ଏ ସମ୍ପର୍କରେ ମୋହନା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ l ମୋହନା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ