ପ୍ରେମିକର ପରିବାର ଲୋକଙ୍କ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ପ୍ରେମିକ ଘରେ ପ୍ରେମିକାକୁ ହତ୍ୟା କରିବାକୁ ଉଦ୍ୟମ କଲେ ପ୍ରେମିକ ଘର ଲୋକେ ।, ପ୍ରେମିକର ପରିବାର ଲୋକଙ୍କ ନିସ୍ତୁକ ମାଡ଼ରେ ପ୍ରେମିକା ଗୁରୁତର ଅବସ୍ଥାରେ ପ୍ରଥମେ ଯଶୀପୁର ଓ ପରେ କରଞ୍ଜିଆ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅଂଚଳର ଗୋଡାପଳସା ଗାଆଁରେ ଘଟିଛି । ସୂଚନାଯୋଗ୍ୟ ଯେ ସୋମବାର ରାତିରେ ଗୋଡ଼ାପଳସା ଗାଆଁର ଆଶିଷ ମହାନ୍ତ ନିଜର ପ୍ରେମିକା ବିଶିଦା ଗାଆଁର ଯୁବତୀ ନିଦ୍ରା ପିଙ୍ଗୁଆକୁ ଘରକୁ ଡାକିଆଣି ଥିଲେ । ଘର ଲୋକେ ପୁଅର ଅନ୍ୟ ଜାତିର ସଂପର୍କକୁ ନେଇ ଅସନ୍ତୋଷରେ ଥିଲେ ।ଘର ଲୋକ ପୁଅର କାରନାମା ତଥା ଘରେ ଆଣି ପ୍ରେମିକା କୁ ଆଣିଥିବା ଦେଖି ଉତକ୍ଷିପ୍ତ ହୋଇଥିଲେ ।ପରେ ଜାଣିବା ପରେ ସେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲେ, ଏ ନେଇ ଯଶୀପୁର ଥାନା ରେ ଏକ ମାମଲା ରୁଜ୍ଜୁ କରିବା ସହ ପ୍ରେମିକର ବାପାକୁ ଅଟକ ରଖି ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ପୋଲିସ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ