ଆଶାକର୍ମୀଙ୍କର ଉଚିତ ଦାବୀ ପାଇଁ ବିଶାଳ ସମାବେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଆଶାକର୍ମୀ ମାନଙ୍କୁ ମାସିକ ପାରିଶ୍ରମିକ ମାସର ପ୍ରଥମ ସପ୍ତାହରେ ପ୍ରଦାନ କରିବା, ବକେୟା ରାଶି ପରବର୍ତ୍ତୀ ମାସରେ ପ୍ରଦାନ, ଆଶାକର୍ମୀଙ୍କୁ ସରକାରୀ ଚାକିରୀର ମାନ୍ୟତା, ପେନସନ, ପଦୋନ୍ନତି, ମୃତ୍ୟୁକାଳୀନ ସହାୟତା ୨୫ ଲକ୍ଷ ପ୍ରଦାନ ଆଦି ୨୦ ଦଫା ଦାବି ନେଇ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ଠାରୁ ସାଥି ସରସ୍ୱତୀ ସ୍ୱାଇଁ, ସାଥି କବିତା ମନ୍ତ୍ରୀ, ସାଥି ଦମୟନ୍ତୀ କୁଣ୍ଡ, ସାଥି କବିତା ସାମଲ, ସାଥି ସୁଷମା ଆଚାର୍ଯ୍ୟ, ସାଥି ବନ୍ଦନା ମଲିକ, ସାଥି ମାନିନୀ ମଲ୍ଲିକ, ସାଥି ସସ୍ମିତା ବାରିକ, ସାଥି ପୁଷ୍ପଲତା ଦଣ୍ଡପାଟ, ସାଥି ସୁମିତ୍ରା ଜେନା,ସାଥି ମାନସୀ ପ୍ରଧାନ, ସାଥି ନିର୍ମଳା ସାହୁ, ସାଥି ରିନାରାଣୀ ଦାସ, ସାଥି ସୁଜଳା ସରକାରଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡରୁ ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଲା ପରେ ସେଠାରେ ଜିଲ୍ଲା ସଭାପତି ଆଡଭୋକେଟ ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଜିଲ୍ଲା ସାଧାରଣ ସଂପାଦିକା କାନ୍ତିପ୍ରଭା ନାୟକ, ଜିଲ୍ଲା ସଙ୍ଗଠନ ସଂପାଦିକା ଭଗବତୀ ନାୟକ, ଉପସଭାପତି ଭଜହରି ପ୍ରଧାନ, ସହ ସଂପାଦକ ଅକ୍ଷୟ ମଲ୍ଲିକ, ମାନିନୀ ବେହେରା, ଛବିନା ଶତପଥୀ, ସହ ସଂପାଦକ ଅଜୟ ସାମଲ, ମାର୍ଶାଘାଇ ସିଏଚସି ସଭାପତି ଦୈାପଦୀ ସ୍ୱାଇଁ, ନମିତା ସେଠୀ, ଇନ୍ଦୁପୁର ସିଏଚସିର ଜୟନ୍ତୀ, ପଟ୍ଟାମୁଣ୍ଡାଇ ସିଏଚସିର ମନୋରମା ନାଥ, ଜଲିରାଣୀ ଦାସ, ନୟନା ନନ୍ଦୀ, ଇଓଞଟଉ ନେତୃତ୍ୱ ସାଥୀ ରମଣୀ ରଞ୍ଜନ ରାଉତରାୟ, ନିରଞ୍ଜନ ଦାସ, ସୀତାକାନ୍ତ ନାୟକ, ସଞ୍ଜୟ ବସନ୍ତିଆ, ଆଦିକନ୍ଦ ରାଉଳ, ରାଜନଗର ସିଏଚସି ସଭାପତି କବିତା ରାଉତ, ମିନତୀ ସାମଲ, ମିନତୀ ପରିଡା, ଗାୟତ୍ରୀ, ଶାନ୍ତିଲତା ସାହୁ, ନିରୁପମା ଦାସ, ରାଜକନିକା ସଭାପତି ସୁକାନ୍ତି ବେହେରା, ଜୟନ୍ତୀ ସାମଲ, ରିତାଞ୍ଜଳି, ମହାକାଳପଡା ସଭାପତି ରଞ୍ଜୁ ବେହେରା, ସଂପାଦକ ରଶ୍ମିରେଖା ପରିଡା, ସବିତା , ପାଟକୁରା ସିଏଚସିର ସଭାପତି ଝରଣା ସ୍ୱାଇଁ, ଅମିତ ନାୟକ, ଜ୍ୟୋତି ସ୍ୱାଇଁ, ନନ୍ଦିନୀ ପ୍ରଭା କଣ୍ଠ, ସଂଯୁକ୍ତା, ଡେରାବିଶ ସିଏଚସିର ସଭାପତି ରିନାରାଣୀ ସାହୁ, କବିତା ମନ୍ତ୍ରୀ, ସ୍ୱର୍ଣ୍ଣଲତା ପରିଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଆଶାକର୍ମୀଙ୍କର ଉଚିତ ଦାବୀକୁ ସରକାର ଗ୍ରହଣ କରିବାକୁ ଦାବି ଉପସ୍ଥାପନା କରିଥିଲେ । ଜିଲ୍ଲାପାଳ ଦାବୀ ପତ୍ର ଗ୍ରହଣ କରିଥିଲେ । ସରକାର ଟାଳ ଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନଚ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ