ବିଶ୍ୱେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପରମାନନ୍ଦପୁରସ୍ଥିତ ନବନିର୍ମିତ ବିଶ୍ୱେଶ୍ୱର ମହାଦେବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ୩ ଦିନ ଧରି ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଆରଡିଧାମରୁ ଆଜ୍ଞାମାଳ ଆସିଥିଲା । ପରେ ଅଙ୍କୁରରୋପଣ, କଳସଯାତ୍ରା, ଗୁରୁପୂଜା, ସୂର୍ଯ୍ୟପୂଜା, ଧରିତ୍ରୀ, ଗୋମାତା ପୂଜା, ମନ୍ଦିର ନ୍ୟାସ ଓ ଧ୍ୱଜ ସ୍ଥାପନ ଓ ଶୁକ୍ରବାର ବିଗ୍ରହସ୍ଥାପନ, ରୁଦ୍ରାଭିଷେଣ, ପୂର୍ଣ୍ଣାହୂତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୁରୋହିତ ପଦ୍ମଲୋଚନ ନନ୍ଦ, ପୂଜକ ଜଗନ୍ନାଥ ପାଣିଗ୍ରାହୀ, ଆଖଣ୍ଡଳମଣିରୁ ଆଗତ ପଣ୍ଡା ମନୋରଞ୍ଜନ ପାଢୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଭୀମସେନ ମହାଳିକଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିବା ବେଳେ ପରମାନନ୍ଦପୁର ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ