ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ରକ୍ତଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାହାନଗା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ସ୍ଥାନୀୟ ଭିଟ୍‌ସ ହୋଟେଲ ଓ ପରିବର୍ତ୍ତନ ଫାଉଣ୍ଡେସନ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଲକ୍ଷ୍ମୀସଗାର ଭିଟ୍‌ସରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବହୁ ସାମାଜିକ କର୍ମୀଙ୍କ ସହିତ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ପ୍ର୍ରିୟବ୍ରତଙ୍କ ସହିତ ବହୁ ବ୍ୟକ୍ତିବିଶଷ ରକ୍ତଦାନ କରିଥିଲେ । ପ୍ରାୟ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କ୍ୟାପିଟାଲ୍ ହସ୍ପିଟାଲ୍‌ର କର୍ମକର୍ତ୍ତାମାନେ ରକ୍ତଦାନ ପରିଚାଳନା କରିଥିଲେ । ରକ୍ତଦାନ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ