ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ପ୍ରତେକଟି କ୍ଷେତ୍ରରେ ସଫଳତା ମିଳିବ ।ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଶତୃମାନେ ପରାଜିତ ହେବେ । ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ବୃଷ :-ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ପାରିବାରିକ ଜୀବନରେ ବାଦ ବିବାଦର ସମାଧାନ ପାଇଁ ସମର୍ଥ ହେବେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।ବାଣିଜ୍ୟ ବ୍ଯବସାୟରେ ଅଗ୍ରଗତି ଘଟିବ ।ପ୍ରତିକାର–ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ ଓ ସେ ବୃକ୍ଷକୁ ସାତ ଥର ପ୍ରଦକ୍ଷିଣ କରନ୍ତୁ।

ମିଥୁନ :-ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସମ୍ପୁର୍ଣ୍ଣ ଭଲ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ । ପ୍ରତିକାର–ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗରେ ଚଢାନ୍ତୁ।

କର୍କଟ :-ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ଦେବ।ମହିଳାମାନେ ସମାଲୋଚିତ ହେବେ ।ଦୂର ଯାତ୍ରା କରନ୍ତୁ ନାହିଁ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନ ଯୋଗି ହେବେ ।
ପ୍ରତିକାର–ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରି କାର୍ଯ୍ୟ କରନ୍ତୁ।

ସିଂହ :-ବକେୟା ଅର୍ଥ ହସ୍ତଗତ ହେବ।ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ସୁଖ ନିଦ୍ରା ଓ ସ୍ଵାଦିଷ୍ଟ ଭୋଜନ ମିଳିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ। ପ୍ରତିକାର–କଳା ବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା :-ଦେହ ମନ ସୁସ୍ଥ ରହିବ । ପିତାମାତା ଓ ସନ୍ତାନମାନଙ୍କର ସ୍ବାସ୍ଥ୍ଯରେ ଉନ୍ନତି ଦେଖା ଦେବ ।ଗୁପ୍ତ ଶତୃମାନେ ପରାଜିତ ହେବେ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ ।ନିଜ ଜୀବନ ସାଥୀର ପ୍ରେରଣା ବହୁକାଶଂରେ ସାହାଯ୍ୟ କରିବ । ପ୍ରତିକାର– ଗରିବ ଅସହାୟ ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦିଅନ୍ତୁ

ତୁଳା :-ପାରିବାରିକ ସମସ୍ଯା ଆଜି ଦୂରେଇ ଯିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ମହିଳାମାନେ ଯଶସ୍ବୀ ହେବେ ।ଶତୃମାନେ ପରାଜିତ ହେବେ । ପ୍ରତିକାର-ନୀଳରଙ୍ଗର ରୁମାଲ ଟିଏ ଆଜି ନିଜ ପାଖରେ ରଖନ୍ତୁ।

ବିଛା :-ପିତା ମାତାଙ୍କ ସହିତ ମନୋମାଳିନ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ମାନସିକ ଅସ୍ଥିରତା ଦେଖା ଦେବ ।ଛାତ୍ର

ଛାତ୍ରୀମାନେ ଉତ୍ସୃଖଳିତ ହେବେ ।ମହିଳାମାନେ ନାନା ଦିଗରୁ ଅପମାନିତ ଓ ଅସୁବିଧାର ସମ୍ମୁଖୀନ ହେବେ । ପ୍ରତିକାର-କୈ।ଣସି ଧାର୍ମିକ ଅନୁଷ୍ଠାନରେ କିଛି ମିଷ୍ଟାନ୍ନ ଦାନ କରନ୍ତୁ।କଉଡ଼ିଟିଏ ନିଜ ପାଖରେ ରଖନ୍ତୁ।

ଧନୁ :-ପାରିବାରିକ ଶାନ୍ତି ପରିଲିକ୍ଷିତ ହେବ ।ଆଶା କରୁଥିବା ଦିଗରୁ ସଫଳତା ଓ ଅର୍ଥ ପ୍ରାପ୍ତି ହେବ ।ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ ।ବ୍ଯବସାୟିମାନେ ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ । ପ୍ରତିକାର-ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଘିଅ ଦୀପ ଟିଏ ଜାଳନ୍ତୁ ।

ମକର :-ପାରିବାରିକ ଶାନ୍ତି ବଜାୟ ରହିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଗୁରୁଜନମାନଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ । ପ୍ରତିକାର–ରୁଟିରେ ଗୁଡ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ :-ମାଲିମକଦମାରେ ବିଜୟୀ ହେବେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।ଶତୃମାନେ ପରାଜିତ ହେବେ ।ଗବେଷଣା ରତ ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ପାଇବେ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ । ପ୍ରତିକାର–ସାତୋଟି ଲାଲ୍ ମନ୍ଦାର ଗ୍ରାମ ଦେବତୀଙ୍କୁ ଚଢାନ୍ତୁ।

ମୀନ :-ଆଜି ଉଚ୍ଚ ଅଧିକାରୀଙ୍କ ଅନୁକମ୍ପା ଆପଣଙ୍କୁ ମିଳିବ ।ସମ୍ମାନଜନକ ପଦବୀ ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ।ଦୂରଯାତ୍ରାରସୁଯୋଗ ଲାଭକରି ଖୁସୀ ହେବେ। ଜମିଜମା କାରବାର ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି। ପ୍ରତିକାର- ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ