କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ପକ୍ଷରୁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ମେଡିକାଲ କଲେଜ ସ୍ଥାପନ ହେବା ଯୋଗୁଁ ବାହାନଗା ରେଳ ଦୁର୍ଘଟଣାରେ ସହସ୍ରାଧିକ ଆହତ ଯାତ୍ରୀଙ୍କ ଆଶୁ ଚିକିତ୍ସା ପାଇବା ସମ୍ଭବ ହୋଇପାରିଛି । ଦୁର୍ଘଟଣା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଧାରକାରୀ ଦଳ ସେମାନଙ୍କ କାର୍ଯ୍ୟ ମଧ୍ୟ ସୁସମ୍ପାଦନ କରିଛନ୍ତି । ମାତ୍ର ରେଳମନ୍ତ୍ରୀଙ୍କ ବକ୍ତବ୍ୟ ଓ ରେଲୱେ ନିରାପତ୍ତା ବିଭାଗ ଦ୍ୱାରା କିମ୍ବା ସିବିଆଇ ଦ୍ୱାରା ଅନୁସନ୍ଧାନ ବିଶେଷ କିଛି ସୁଫଳ ମିଳିବାର ସମ୍ଭାବନା ନାହିଁ । କାରଣ ରେଲୱେ ନିରାପତ୍ତା ରକ୍ଷା ପାଇଁ ଯେଉଁ ବ୍ୟବସ୍ଥା କରିବା କଥା ସେ ବ୍ୟବସ୍ଥା ଆପଣେଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ରେଲୱେ ନିରାପତ୍ତା କମିଟିର ରିପୋର୍ଟ ଅନୁଯାୟୀ ପୁରୁଣା ରେଳ ଟ୍ରାକକୁ ଓ ପୁରୁଣା ବ୍ରିଜ ବଦଳାଇବା ଓ ଖାଲିଥିବା ସମସ୍ତ ପଦବୀ ପୂରଣ କରିବା, ରେଲୱେ ସେନ୍‌ସର୍ / ରେଲୱେ କବଚକୁ ବ୍ୟବହାର ପାଇଁ କମିଟି ଅନୁମୋଦନ କରିଥିଲେ ମଧ୍ୟ ରେଳ ବିଭାଗ ତରଫରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ରେଲୱେ ନିରାପତ୍ତା ବଜେଟରୁ ୪୦ ପ୍ରତିଶତ ଅର୍ଥ କମାଇ ଦିଆଯାଇଛି ବୋଲି ତାଙ୍କ ମନ୍ତବ୍ୟରେ କହିଛନ୍ତି । ସେଫ୍ଟି ବ୍ୟବସ୍ଥା ନକରିବା, ସେନସର ନ ଲଗାଇବା ଏବଂ ପୁରୁଣା ରେଲୱେ ଟ୍ରାକ୍ ବଦଳ ନକରିବା ହେତୁ ଏଭଳି ଦୁର୍ଘଟଣା ଯୋଗୁଁ କେନ୍ଦ୍ର ସରକାରଙ୍କର ରେଳବିଭାଗ ସଂପୂର୍ଣ୍ଣ ଦାୟୀ । ଏଣୁ ରେଳମନ୍ତ୍ରୀ ଓ ରେଳଚେୟାର ପଦବୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଦାବି କରାଯାଇଛି । ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଯୋଗୁଁ ଗତ ୧୯୯୯ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ବହୁ ଲୋକ ଚିହ୍ନଟ ହୋଇପାରି ନଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିବା ମୃତକଙ୍କ ପରିବାରକୁ ସହାୟତା ରାଶିି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ କେନ୍ଦ୍ର ଶ୍ରମିକ ସଂଗଠନ ପକ୍ଷରୁ ବାଲେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପ-ସଭାପତି ତଥା ରାଜ୍ୟ ସଭାପତି ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଜିଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ଜିଲା ଉପ-ସଭାନେତ୍ରୀ ବାସନ୍ତୀ ସାମଲ, ଜିଲା ସମ୍ପାଦକ ବିକାଶ ଦାସ, ଏଆଇଟିୟୁସିର ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ, ସଂପାଦକ ମାୟାଧର ନାୟକ ଓ ଜିଲା ସଂପାଦକ ଶ୍ୟାମସୁନ୍ଦର ଜେନା, ଏଚ୍‌.ଏମ୍‌.ଏସ୍‌ର ସଭାପତି ଅରୁଣ କୁମାର ସ୍ୱାଇଁ, ସିଆଇଟିୟୁସିର ଜିଲା ଆବାହକ ରାଜ କିଶୋର ଲେଙ୍କାଙ୍କ ସମେତ ବାଲେଶ୍ୱର ଟ୍ରେଡ୍ ୟୁନିୟନ ଆସୋସିଏସନ୍ କୋଅର୍ଡ଼ିନେସନ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସମତେ ସୁବାଷିସ ନାୟକ, କାଶୀନାଥ ଦାସ ଓ ସୁବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ