ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ସମୀକ୍ଷା କଲେ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ଅନ୍ତର୍ଗତ ପୁତି ଗୋପାଳପୁର ଠାରେ ଥିବା ସ୍ମଶାନ ଏବଂ ପରିବା ମାର୍କେଟର ଉନ୍ନତି କରଣ କାର୍ଯ୍ୟକୁ ବୁଲି ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ମଙ୍ଗଳବାର ସକାଳେ ପ୍ରଥମେ ପୁତି ଗୋପାଳପୁର ଠାରେ ଥିବା ସ୍ମଶାନକୁ ବୁଲି ସେଠାରେ ସୌନ୍ଦର୍ଯ୍ୟକରଣ, ପାନୀୟ ଜଳ ଏବଂ ସେଠାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ପାଇଖାନା ଆଦି ନିର୍ମାଣ କରାଯିବା ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ପୋଖରୀକୁ ବୁଲି ସେଠାରେ ଆଲୋକୀକରଣ କରାଯିବା ସହିତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଶେଷରେ ସହରରେ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିବା ପରିବା ମାର୍କେଟ ବୁଲି ସେଠାରେ ଭେଣ୍ଡିଙ୍ଗ ଜୋନ୍ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବେଳେ ପ୍ରୋବେସନାଲ ଆଇଏଏସ ଦୀନା ଦସ୍ତାଗିରି, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, କନିଷ୍ଟ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ ଓ ଜୋଶ୍ନା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ