ସର୍ପାଘାତରେ ଜଣେ ମୃତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଗ୍ରାମରେ ଜଣେ ବ୍ୟକ୍ତିଙ୍କର ସର୍ପାଘାତରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ସତ୍ୟବ୍ରତ ମହାନ୍ତି(୬୪) ଗତ ୪ତାରିଖ ଦିନ ଛେଳି ଚରାଇବାକୁ ଗାଁ ପଡିଆଆଡେ ଯାଇଥିବା ସମୟରେ ତାକୁ ଏକ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାକୁ ଆଗରପଡା ଡାକ୍ତରଖାନାକୁ ନେଇ ରକ୍ତ ପରୀକ୍ଷା କରିବାରେ କିଛି ଜଣାପଡି ନଥିଲା । ଗତକାଲି ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଆଜି ସନ୍ଧ୍ୟାରେ ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ