ବିଦ୍ୟାଳୟ ସ୍ଥାନାନ୍ତର ଉଦ୍ୟମ କୁ ପଞ୍ଚାୟତ ବାସୀଙ୍କ ତୀଵ୍ର ବିରୋଧ, ଆନ୍ଦୋଳନ ଚେତାବନୀ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉମ୍ବୁରି ଧର୍ମଶରଣପୁର ଗ୍ରାମ ପଞ୍ଚାୟତର ଖଟିଆ ରାମଚନ୍ଦ୍ରପୁର ବାଲୁଙ୍କେସ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟର ୫ଟି ନିର୍ମାଣ ସ୍ଥାନାନ୍ତରିତକୁ ତୀଵ୍ର ବିରୋଧ କରିଛନ୍ତି ପଞ୍ଚାୟତ ବାସୀ। ଏନେଇ ଖଟିଆ ଗ୍ରାମରେ ପଞ୍ଚାୟତ ସ୍ତରୀୟ ବୈଠକ ରେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରୁଛନ୍ତି। ଯଦି ଏହାର ସମାଧାନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରେ ଅଂଚଳ ବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଦର୍ଶାଇଛନ୍ତି , ୧୯୬୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଖଟିଆ ରାମଚନ୍ଦ୍ରପୁରରେ ବାଲୁଙ୍କେସ୍ଵର ମଧ୍ୟ ଇଂରାଜୀ ବିଦ୍ୟାଳୟ ୨୦୧୧ ମସିହାରେ ଏହା ଉଚ୍ଚା ବିଦ୍ୟାଳର ମାନ୍ୟତା ପାଇଥିଲା। ଏହି ପରୀକ୍ଷାରେ ଗତ ଜାନୁୟାରୀ ମାସରେ ଉକ୍ତ ଉଚ୍ଚ ବିଦ୍ୟାଳୟ ପାଇଁ ସ୍ନାର୍ଟ ଶ୍ରେଣୀଗୃହ ପାଇଁ ଅନୁଦାନ ପ୍ରାପ୍ତ ହୋଇଥିଲା। ଏଥିପାଇଁ ପଞ୍ଚାୟତ ବାସୀ ଏକ ବୈଠକ କରି ବିଦ୍ୟାଳୟର ନିଜସ୍ୱ ଜମି ପ୍ଲଟ ନମ୍ୱର ୪୪.୪୫ ଓ ତାହାର ପାର୍ଶ୍ୱରେ ଥିବା ସରକାରୀ ଜମି ପ୍ଲଟ ନମ୍ବର ୪୩, ୧୭, ୧୮,୧୯, ୨୧ କୁ ଚିହ୍ନଟ କରି ସେଠାରେ ସ୍ମାର୍ଟ ସୁଲ ନିର୍ମାଣ ପାଇଁ ଅନୁଦାନ ବିନିଯୋଗ କରିବା ପାଇଁ ବିଡ଼ିଓ, ବିଇଓ, ତହସିଲଦାରଙ୍କୁ ଲିଖିତ ଅନୁରୋଧ କରାଯାଇଥିଲା। କିନ୍ତୁ କିଛି ଜବରଦଖଲ କାରୀଙ୍କ ଚକ୍ରାନ୍ତ ତଥା ସ୍ଥାନୀୟ ପ୍ରଶାସନର ଖାମଖିଆଲ ମନବୃତି ଯୋଗୁଁ ଉକ୍ତ ଅନୁଦାନ ଫେରିଯାଇଥିଲା। ପରବର୍ତ୍ତୀ ସମୟରେ ଏପ୍ରେଲ ମାସରେ ଉକ୍ତ ସ୍ମାର୍ଟ ଶ୍ରେଣୀ ଗୃହପାଇଁ ଅନୁଦାନ ଆସିଥିବାରୁ ଏହା ପୂର୍ବପରି ଯେପରି ଫେରି ନଯାଏ ସେଥିପାଇଁ ପଞ୍ଚାୟତ ବାସୀ ବିଧାୟକ, ଜିଲ୍ଲାପାଳ, ବିଇଓ, ତହସିଲଦାର ,ବିଡ଼ିଓଙ୍କୁ ଭେଟି ଏହା ଉପରେ ପଦେଖେପ ନେବାକୁ ଲିଖିତ ଭାବେ ଅନୁରୋଧ କରିଥିଲେ। ଏହା ଉପରେ ପଦେକ୍ଷେପ ନେବାର ଦୂରର କଥା ସ୍ଥାନ ଅଭାବ ଦେଖାଇ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିବ ପରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ପଞ୍ଚାୟତ ବାସୀଙ୍କ ମଧ୍ୟରେ। ଯାହାର ପ୍ରତିବାଦ ସ୍ବରୂପ ଖଟିଆ ଠାରେ ଏକାଠି ହୋଇଥିଲ ମହିଳାସଙ୍ଘ, ନିର୍ବାଚିତ ପ୍ରତିନିଧି ଓ ପଞ୍ଚାୟତବାସୀ। ପଞ୍ଚାନନ ତ୍ରିପାଠୀ, ଶତ୍ରୁଘନ ଗୌଡ଼, ଉମାକାନ୍ତତ୍ରିପାଠୀ, ଶ୍ରୀକାନ୍ତତ୍ରିପାଠୀ, ସମିତି ସଭ୍ୟ କେ. ସନ୍ତୋଷ ରେଡ୍ଡୀ ଶିଶିର ଦାସ,ସୀମାଞ୍ଚଳ ତ୍ରିପାଠୀ, ବଳଭଦ୍ରରେଡ୍ଡୀ, ନବପାତ୍ର ପ୍ରମୁଖ ନିଜର ବକ୍ତବ୍ୟରେ ଦାବି ମୁତାବକ ପଦେଖେପ ନେବାରେ ପ୍ରଶାସନ ବିଳମ୍ବ କଲେ ଅଞ୍ଚଳବାସୀଙ୍କ ତରଫରୁ ଆଗାମୀ ଦିନରେ ରାସ୍ତାରୋକ କରାଯିବା ସହ ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ