ଜାତୀୟ ମେଧାବୃତ୍ତି ପାଇଲେ ସତ୍ୟବ୍ରତ

ନିମାପଡ଼ା, (ସନ୍ତୋଷ ଦାଶ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ଜାତୀୟ ମେଧା ବୃତ୍ତି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସତ୍ୟବ୍ରତ ବେହେରା। ସତ୍ୟବ୍ରତ ନିମାପଡ଼ା ବ୍ଲକ ଭୋଗସାଳଦା ପଞ୍ଚାୟତ ସାଇଲୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ହୋଇଥିବାବେଳେ ବରେଇକଣ ଗ୍ରାମ ର ପ୍ରଭାତ କୁମାର ବେହେରା ଓ ବନିତା ବେହେରା ଙ୍କ ପୁତ୍ର ଅଟନ୍ତି। ସତ୍ୟବ୍ରତ ଙ୍କ କୃତିତ୍ବ ରେ ତାଙ୍କ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ମହାନ୍ତି ଖୁସି ବ୍ୟକ୍ତ କରି ଥିବାବେଳେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବୃତ୍ତି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ସତ୍ୟବ୍ରତ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଛା ମିଳିବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ