ଲଗାତାର ବିଦୁତ କାଟ ପ୍ରତିବାଦରେ ଲୋକେ ରାତ୍ରରେ ରାସ୍ତାରୋକ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାର କାଶୀନଗର, ଗୁମ୍ମା, ଗୋଷଣୀ, ରାୟଗଡ଼, ନୂଆଗଡ, ଆର. ଉଦୟଗିରି ଓ ମୋହନା ବ୍ଲକରେ ବିନା କାରଣରେ ଲଗାତାର ଭାବେ ମନ ଇଚ୍ଛା ବିଦୁତ କାଟ ହେଉଛି. ବର୍ତ୍ତମାନର ପ୍ରବଳ ରୌଦ୍ର ତାପରେ ଲୋକେ ନାହିଁ ନ ଥିବା ଦୁଃଖ କଷ୍ଟ ଭୋଗ କରୁଥିବାବେଳେ ଏଭଳି ମନ ଇଛା ବିଦୁତ କାଟ ନେଇ ଲୋକଙ୍କ ଧନ ଜୀବନକୁ ଆହୁରି ଅଧିକା ଯନ୍ତ୍ରଣା ଦେଉଚି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହାରକୁ ଛାଡିଦେଲେ ଜିଲ୍ଲାର ବ୍ଲକ ମହକୁମା ଏବଂ ବିଶେଷ କରି ଗ୍ରାମାଞ୍ଚଳ ଗୁଡିକରେ ଘଣ୍ଟା ଘଣ୍ଟା ବିଦୁତ କାଟ କରାଯାଉଛି. ଗତକାଲି ରାତିରେ ଏଭଳି ବିଦୁତ କାଟ ପ୍ରତିବାଦ ଜଣାଇ ପାରଳା ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ. ଯଦ୍ୱାରା ରାତ୍ର ସମୟରେ ଯାଉଥିବା ବିଭିନ୍ନ ବସ ଓ ଯାନ ବାହାନା ଗୁଡିକ ଅଟକି ରହିଥିଲା. ଗତକାଲି ରାତ୍ର ୯ ଟା ବେଳେ ଏହି ରାସ୍ତା ରୋକ ଆରମ୍ଭ ହୋଇଥିଲା. ଖବରପାଇ ପାରଳା ଥାନା ଆଇଆଇସି ବାବୁଲି ନାୟକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବହୁ ବୁଝା ବୁଝି କରିବା ସହ ଲୋକେ ରାସ୍ତା ରୋକ ପ୍ରତ୍ୟାହୃତ କରିନଥିଲେ. ଲୋକଙ୍କ ଦାବି ଥିଲା ବିଦୁତ ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀ ଘଟଣା ସ୍ଥଳକୁ ଆସି ମନ ଇଚ୍ଛା ବିଦୁତ କାଟ ନ ହେବା ପାଇଁ ଆବଶକ୍ୟ ପ୍ରତିଶୃତି ଦେଲେ ରାସ୍ତାରୋକ ପ୍ରତ୍ୟାହୃତ ହେବ ବୋଲି ଲୋକେ ଜଣାଇ ଥିଲେ. ପ୍ରଶାସନର ହସ୍ତକ୍ଷେପରେ ବିଦୁତ ବିଭାଗ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗତକାଲି ରାତ୍ର ୧୦.୩୦ ଟା ସମୟରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ