ସାଟେଲାଇଟ୍‌ ଇମେଜିଂ ଉପଗ୍ରହ ରିସାଟ୍‌-୨ବିଆର୧ର ସଫଳ ଉତ୍‌କ୍ଷେପଣ

ଶ୍ରୀହରିକୋଟା  : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ)କୁ ଆଉ ଏକ ସଫଳତା ମିଳିଛି । ସାଟେଲାଇଟ ଇମେଜିଂ ଉପଗ୍ରହ ରିସାଟ୍‌-୨ବିଆର୧ ସହିତ ଅନ୍ୟ ୯ଟି ବିଦେଶୀ ଉପଗ୍ରହର ଉତ୍‌କ୍ଷେପଣ କରିଛି ଇସ୍ରୋ । ରିସାଟ୍‌-୨ବିଆର୧ର ଓଜନ ୬୨୮ କିଗ୍ରା ରହିଥିବା ବେଳେ ଭୂପୃଷ୍ଠରୁ ଏହା ୫୭୬ କିମି ଉଚ୍ଚ ୩୭ ଡିଗ୍ରୀରେ ଅବସ୍ଥାନ କରିବ । ପିଏସ୍‌ଏଲ୍‌ଭି-ସି୪୮ ଜରିଆରେ ଏହି ଉତ୍‌କ୍ଷେପଣ ହୋଇଥିଲା । ଏହା ପିଏସ୍‌ଏଲ୍‌ଭିର ୫୦ ତମ ଉତ୍‌କ୍ଷେପଣ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପିଏସ୍‌ଏଲ୍‌ଭି ଜରିଆରେ ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ କରାଯାଇଥିଲା । ରିସାଟ୍‌-୨ବିଆର୧ ସହିତ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ କରାଯାଇଛି । ଏହା ମଧ୍ୟରେ ଆମେରିକାର ୬ଟି ଉପଗ୍ରହ ରହିଥିବା ବେଳେ ଇସ୍ରାଏଲ, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ