ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ମିଶ୍ର ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣ ରେ ନିମନ୍ତ୍ରିତ ଅତିଥି, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାୟୀ ପ୍ରଧାନ ଶିକ୍ଷକ ସେହି ବିଦ୍ୟାଳୟ ପ୍ରତି ଥିବା ନିସ୍ୱାର୍ଥପର ସେବା, ସ୍ନେହ, ସର୍ବୋପରି ତାଙ୍କର କର୍ତ୍ତବ୍ୟ ନିଷ୍ଠା ବିଦ୍ୟାଳୟ ର ଉନ୍ନତି ଦିଗରେ ଥିବା ଅବିସ୍ମରଣୀୟ ଅବଦାନ ବିଦ୍ୟାଳୟ ର ଛାତ୍ରୀ, ଅଭିଭାବଙ୍କଠାରୁ ଆରମ୍ଭ କରି ଅଞ୍ଚଳବାସୀ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ରେ ସ୍ୱର୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିବ ବୋଲି ମତ ପୋଷଣ କରିଥିଲେ। ବିଦାୟୀ ଶିକ୍ଷକ ନିଜର ବିଦାୟୀ ଅଭିଭାଷଣ ରେ ମତବ୍ୟକ୍ତ କରିଥିଲେ ସରକାର ମୋତେ ଅବସର ଦେଲେ ମଧ୍ୟ ମୁଁ ଆଜୀବନ ଏହି ସ୍କୁଲ ର ଉନ୍ନତି ନିମନ୍ତେ କାର୍ଯ୍ୟ କରିବି ।ସର୍ବ ଶେଷରେ ବିଦ୍ୟାଳୟ ରେ ହୋଇଥିବା ନୈଶଭୋଜି ରେ ସମସ୍ତେ ଆପ୍ୟାୟିତ ହୋଇ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଦେବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ