ଗଞ୍ଜାମରେ କାୟା ବିସ୍ତାର କରିଚାଲିଛି ଏଡ୍‌ସ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଏଡ୍‌ସର ଭୟାବହତା ବିଷୟରେ ସାରା ବିଶ୍ୱ ଜାଣିସାରିବା ପରେ ଏଥିପାଇଁ ଭାରତ ସରକାରଙ୍କର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରୁଛି । ଏହି ରୋଗ ବିଷୟରେ ଜନସଚେତନତା ଆରମ୍ଭ କରାଯାଇ ଲୋକମାନଙ୍କୁ ଜାଗ୍ରତ କରାଯାଉଛି । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ ଦିବସ ଭାବରେ ପାଳନ କରାଯାଇଥାଏ । ରାଜ୍ୟରେ ଏଡ୍‌ସର ପାଦୁର୍ଭାବକୁ ରୋକିବା ପାଇଁ ସରକାର ଅନେକ ଗୁଡିଏ ପଦକ୍ଷକ୍ଷେପ ଗ୍ରହମ କରିଥିଲେ ମଧ୍ୟ ଦକ୍ଷିଣ ଓଡିଶାର ଗଞ୍ଜାମ ଜିଲ୍ଲାରେ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟ ସରକାର ଚିହ୍ନଟ କରିଥିବା ଏଡ୍‌ସ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର । ସରକାରଙ୍କ ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୮୮୭ ଜଣ ଏଚଆଇଭି ଗର୍ଭବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଚଳିତ ଅକ୍ଟୋବର ସୁଦ୍ଧା ମୋଟ ୧୬ ହଜାର ୧୧ଟି ଏଡ୍‌ସ ରୋଗୀ ଚିହ୍ନଟ କରିଥିବା ଜଣାପଡିଛି ।ଗଞ୍ଜାମ ଜିଲ୍ଲାରେ ଏଡସ ବ୍ୟାପିବାର ମୁଖ୍ୟ କାରଣ ହେଉଛି ଦାଦନ । ଅନ୍ୟ ରାଜ୍ୟକୁ ଦାଦନ ଘଟିବାକୁ ଯାଉଥିବହା ଶ୍ରମିକମାନେ ରକ୍ଷିତ ଯୌନ ସଂପର୍କ ସ୍ଥାପନା କରି ଏହି ରୋଗରେ ଆକ୍ରମଣ ହେଉଛନ୍ତି । ଅନ୍ୟପଟେ ରୋଗ ସମ୍ପର୍କରେ ଜାଣି ପାରୁନଥିବାରୁ ସେମାନଙ୍କର ସଠିକ ଚିକିତ୍ସା ମଧ୍ୟ ହୋଇପାରୁନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ