ସ୍କୁଟି ଉପରେ ଚଢିଗଲା ଟ୍ରକ୍ ୨ ମୃତ ୧ ଆହାତ

ଅନୁଗୁଳ : ମୃତ୍ୟୁ କେବେ ହେବ, କାହାର ହେବ.କିଏ କହିପାରିବ ନାହିଁ । ବେଳେ ବେଳେ ଏମିତି ମୃତ୍ୟୁ ମାଡିଆସେ ଯାହା ଅଂଚଳରେ ଶୋକର ଛାୟା ଖେଳିଯାଏ ଆଉ ଚାଲିଯାଇ ଥାଏ ଆପଣାର ପରିବାର ଲୋକଙ୍କ ଜୀବନ । ଏଭଳି ଏକ ଦୁଖଦ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ଦଶରା ସମ୍ମୁଖରେ ଗୁରୁବାର ଦିନ ସ୍କୁଟି ଉପରେ ଟ୍ରକ ଚଢିଯାଇ ବାଲିପଟା ଗ୍ରାମର କବିତା ସାହୁ ଓ ତାଙ୍କ ପୁଅ ଶୁଭମ ସାହୁଙ୍କର ମୃତ୍ୟୁ ହୋଇଛି ଅନ୍ୟ ଜଣେ ଆହାତ ହୋଇଛି । ମିଳିଥିବା ଖବର ଅନୁଯାୟୀ ସ୍କୁଟିରେ ବେଶ ହସ ଖୁସର ସହ ବାହାରିଥିଲେ ଅନୁଗୁଳ ଠାକୁରାଣୀ ମନ୍ଦିର ଦର୍ଶନ ନିମନ୍ତେ ହସ ଖୁସିର ସହ ମାଁଙ୍କୁ ଦର୍ଶନ ବି କରିଥିଲେ । କିନ୍ତୁ ସେମାନଙ୍କ ଭାଗ୍ୟରେ ଦଇବର ଲେଖା କିଛି ଅଲଗାଥିଲା ମା ବୁଢୀ ଠାକୁରାଣୀଙ୍କ ଦର୍ଶନ ସାରି ସ୍କୁଟିରେ ନିଜ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଦୂର୍ଘଟଣାର ରେ ଘଟଣା ସ୍ଥଳରେ ହିଁ ମା ଓ ପୁଅଙ୍କର ପ୍ରାଣ ବାୟୁ ଉଡିଯାଇଥିବା ବେଳେ ତାଙ୍କର ସଂପର୍କୀୟ ଆହାତ ହୋଇଛନ୍ତି । ଏହି ଦୂର୍ଘଟଣା ପରେ ଅଂଚଳ ସମେତ ପରିବାର ଲୋକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯିବା ସହିତ ୫୫ ନମ୍ବର ଜାତୀୟ ରାଜପଥ ଗାଡି ଚଳାଚଳ ସଂମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଥିଲା । ଦୁଇ ପାଶ୍ୱର୍ରୁ ଶହ ଶହ ଗାଡି ଅଟକି ରହିଥିଲା । ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ