ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ପ୍ରଧ୍ୟାପକ ଡଃ. ହିମାଂଶୁ ଭୂଷଣ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରସାୟନ ବିଭାଗ ମୁଖ୍ୟ ଡଃ. ହେମନ୍ତ କୁମାର ଶତପଥୀ ବିଦ୍ୟାଳୟର ଇତିହାସ ଓ ବିବରଣୀ ପ୍ରଦାନ କରିଥିଲେ । ଅତିଥି ଭାବେ ପୂର୍ବତନ ପରିଚାଳନା ସମିତି ସଭ୍ୟ ରଘୁନାଥ ରାଉତ, ବାସୁଦେବ ଜେନା, ଅର୍ଜ୍ଜୁନ ଚରଣ ଜେନା ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ମହାନ୍ତି ଓ ପ୍ରଫେସର ମଦନମୋହନ ପାଣି ଯୋଗଦେଇ ବିଦ୍ୟାଳୟର ଉନ୍ନତି ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଏହି ଅବସରରେ +୨ କଳା, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ରାଜଲକ୍ଷ୍ମୀ ସାହୁ, ଉଷାରାଣୀ ସାହୁ, ନମିତା ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାଧ୍ୟାପକ ଡଃ. ପ୍ରମୋଦ କୁମାର ରାଉତ, ଡଃ. ସଂଗ୍ରାମ ମହାନ୍ତି, ସରୋଜ ସାହୁ, ସରୋଜକାନ୍ତ ଜେନା, ସର୍ବେଶ୍ୱର ତ୍ରିପାଠୀଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡଃ. ଆଲୋକ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ