ଶ୍ରାବଣି ଉତ୍ସଵ ଊପଲକ୍ଷେ ୩୧ କୁଣ୍ଡିୟ ବିଶ୍ଵଶାନ୍ତି ବୈଦି୍କ ମହାଯଂଜ୍ଞ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହର ରେ ଅନେକ ଶିକ୍ଷିତ, ପୁରୁଷ ମହିଳା ମାନଙ୍କୁ ନେଇ “ବେଦପ୍ରଚାର ସମିତି” ନାମକ ଏକ ସଂଘଠନ ଗଢ଼ାଯାଇଛି l ଵେଦ ଉଦ୍ଧାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ “କ୍ରୁଣନ୍ତୋବିଶ୍ୱାର୍ଯ୍ୟମ “ଉଦ୍ଦେଶ୍ୟକୁ ଫଳପ୍ରଦ କରିବା ସକାଶେ ଭାରତର ଅନେକ ସଂଗଠନ ଏବଂ ବିଦ୍ୱାନ ଋଷିମୁନୀ ମାନଙ୍କ ଭଳି ଏହି ସଂଘଠନ ମଧ୍ୟ ଵେଦ ପ୍ରଚାର ତଥା ପ୍ରକୃତ ଇଶ୍ୱରୀୟ ଆରାଧନା ଶୈଳୀକୁ ସର୍ବସାଧାରଣ ଙ୍କ ହୃଦୟରେ ସ୍ଥାନ ଦେବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ l ବର୍ଷ ର ଅନେକ ସମୟରେ ଭଂଜନଗର ସହର ତଥା ଅଞ୍ଚଳରେ ଅନେକ ସମୟରେ ଏହିପରି ବିଭିନ୍ନ ଆଧ୍ୟାତ୍ମିକ ଯଜ୍ଞ ଏବଂ ଵେଦ ପ୍ରବଚନ କାର୍ଯ୍ୟକର୍ମ ହୋଇଆସୁଛି l ଆଜି ମଧ୍ୟ ଏହି ଶ୍ରାବଣି ଉତ୍ସବ ଉଦ୍ଦେଶ୍ୟରେ ଭଞ୍ଜନଗର ସହର ସ୍ଥିତ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପରିଷଦ” ଠାରେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଙ୍କ ପୌରୋହିତ୍ୟରେ ଏବଂ ବେଦାପ୍ରଚାର ସେମିତି ର ସହଯୋଗାରେ ୩୧ କୁଣ୍ଡିୟ ଘୃତ ଯଜ୍ଞ ଆୟୋଜନ ହୋଇଅଛି l ଏହି ଯଜ୍ଞ ରେ ୩୧ଦମ୍ପତି ଏକତ୍ରିତ ହୋଇ ଵେଦ ମନ୍ତ୍ର ଉଚ୍ଚାରଣ କରି ଅଗ୍ନିରେ ଘୃତ ସାକଲ୍ୟ ଆହୁତି ଦେଇ ପରିବେଶକୁ ପବିତ୍ରତା କରିଛନ୍ତି l ଵେଦ ମନ୍ତ୍ରରେ ପ୍ରକମ୍ପିତ ହୋଇଅଛି ଏହି ପରିବେଶ lଏହାପରେ ସ୍ୱାମୀ ସୁଧନନ୍ଦ ଙ୍କ ସୁନ୍ଦର ଆଧ୍ୟାତ୍ମିକ ବାଣୀକୁ ସମସ୍ତେ ସ୍ମରଣ କରିଛନ୍ତି l କିଭଳିଭାବେ ମନୁଷ୍ୟ ଜୀବନ ପାଇଁ ନିହାତି ଭାବେ ୧୬ ଟି ସଂସ୍କାର କୁ ପାଳନ କରିବାର ଆବଶ୍ୟକ ରହିଛି, ତାହା ବିଷୟରେ ସ୍ୱମୀଜୀ ଏହାର ବିଜ୍ଞାନ ସହିତ ସମ୍ପର୍କ କୁ ନେଇସମ୍ପୂର୍ଣ ବ୍ୟାଖ୍ୟା କରିଛନ୍ତି l କେତେକ ଶିଶୁଙ୍କର ଵିଦ୍ୟାରମ୍ଭ ସଂସ୍କାର ମଧ୍ୟ ସ୍ୱାମୀଜୀ ଙ୍କ ଦ୍ୱାରା ସମାପନ ହୋଇଛି l ଏହି ଉତ୍ସବ ରେ ଶତାଧିକ ପୁରୁଷ, ମହିଳା ଶ୍ରଦ୍ଧାଳୁ ଯୋଗଦେଛନ୍ତି l ପରିଶେଷରେ ଏହି ବେଦପ୍ରଚାର ସମିତି ଦ୍ୱାରା ଆୟୋଜିତ ସୁସ୍ୱାଦୁ ସାକାହାରୀ ପ୍ରସାଦ ସେବନ କରି ଆନନ୍ଦର ସହିତ ସମସ୍ତ ଶ୍ରଦ୍ଧାଳୁ ଘରକୁ ଫେରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ