ଓଡ଼ିଶା ବିଜୁ କଳିଙ୍ଗ ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଅଣନିଯୁକ୍ତ ପୁରୁଣା ସିଟି, ବିଏଡ୍ ମହାସଂଘ ଓ ଓଡ଼ିଶା କଳିଙ୍ଗ ସେନା ପକ୍ଷରୁ ଦୁଇ ଦଫା ଦବି କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ କରାଯାଇଛି।୧୯୯୦ ରୁ ୨୦୦୧ ମସିହା ମଧ୍ୟରେ ନିଯୁକ୍ତି ରୁ ବଞ୍ଚିତ ଥିବା ପୁରୁଣା ସିଟି, ବି.ଏଡ ମାନଙ୍କୁ ଅତିଥି ଶିକ୍ଷକ ଭାବେ ତୁରନ୍ତ ନିଯୁକ୍ତି ଦେବା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳଙ୍କ ଉପରେ କାଳିମାଡ କରିଥିବା ଦୋଷୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କ ପ୍ରଚ୍ଛଦପଟ୍ଟ ରେ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଆଦି ଦୁଇ ଦଫା ଦାବି କରି ଓଡ଼ିଶା ଅଣନିଯୁକ୍ତ ପୁରୁଣା ସିଟି, ବିଏଡ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକାରୀ ମାନେ ମିଶନ ପଡିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ଏଥିରେ ବିଜୁ କଳିଙ୍ଗ ସେନା ସଭାପତି ତଥା ମହାସଂଘ ର ପୂର୍ବତନ ସଭାପତି ପତିତ ପାବନ ପ୍ରଧାନ ଙ୍କ ନେତୃତ୍ୱରେ ମହାସଂଘ ସଭାପତି ଗୋପବନ୍ଧୁ ମୁଦୁଲି,ସମ୍ପାଦକ କାହ୍ନୁ ଚରଣ ସାହୁଙ୍କ ସମେତ ଏକ ପ୍ରିତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।