ରାକ୍ଷୀ ପୁର୍ଣିମା

ବେଶ୍ ସମ୍ମାନ କରୁଥିଲେ । ସେମାନେ କହିଥିଲେ ସେ ସେଠୀ ଘର ପୁଅ ଗୋଟେ ଅସାମାଜିକ ଲୋକ ଦେଖ ତମ ଭଉଣୀକୁ କ’ଣ କରୁଛି । ଭୟ-ଆଉ ଭଉଣୀ ଲାଗି ସ୍ନେହ ତାକୁ ଟାଣି ନିଏ ଭଉଣୀ ଶାଶୁ ଘର ଦୂଆରକୁ, ରାତି-ରାତି ଜଗି ରହେ… ପ୍ରାୟ ସେ ଘରୁ ପାଟି-ତୁଣ୍ଡ ଶୁଭେ ଆଉ ଦିନେ ହଠାତ୍ ମିଲି ଜଳୁଥିବା ଅବସ୍ଥାରେ ବାହାରକୁ ଦୌଡି ଆସିଲା, ମାନସ ଆଗ-ପଛ ନ ଭାବି ନିଜ ହାତରେ ଭଉଣୀ ଲୁଗାରୁ ନିଆଁ ଲିଭାଇବା ବେଳେ ତା’ର ଡାହାଣ ହାତ ପାପୁଲି-ଆଙ୍ଗୁଠି ସବୁ ପୋଡିଗଲା । ସେ ନିଜ କଷ୍ଟ ଭୁଲି ମିଲିର ସେବାରେ ଲାଗିବା ଆଉ ମିଲି ଧୀରେ ସୁସ୍ଥ ହେବା ବେଳେ ମାନସର ହାତ ସଂକ୍ରମଣ ହେବାରେ ଲାଗିଲା, ଯେଉଁ ହାତରେ ଠାକୁର କାମ କରି ପେଟ ପୋଷୁଥିଲା ସେଟା ଅକାମୀ ହେଇଯାଇଥିଲା ।ଭଉଣୀ ଯେମିତି ଠିକ୍ ହେଇଛି ସେ ପୁଣି ଥରେ ଭୁଲି ଗଲା ତା’ ଭାଇର ତ୍ୟାଗ, ବାରମ୍ବାର ଦୋଷ ଦେଉଥିଲା ତମ ଯୋଗୁ ମୋ ସଂସାର ଉଜୁଡିଗଲା, ସେ କୁଆଡେ ଚୁଲି ନିଆଁରେ ପୋଡି ହେଇଥିଲା ହେଲେ ତା’ ଭାଇ ତାକୁ ନେଇ ଆସିଲା । ମିଲି କେବେ ଭାବିଲାନି ସେ ନିଜେ ପୋଡି ହେଇଥିଲା ତ କେହି ଶାଶୁ ଘରୁ ଦେଖିବାକୁ କାହିଁକି ଆସିଲେନି । ମାନସର ସବୁ ଚେଷ୍ଟା ସତ୍ୱେ ମିଲି କେବେ ଭାଇର ସ୍ନେହ ବୁଝିପାରିନଥିଲା । ରାକ୍ଷୀ ପୂର୍ଣ୍ଣମୀ ପାଖ ହେଲେ ମାନସ ଠାକୁରଙ୍କୁ ଡାକେ ମିଲି ଆଦରରେ ତା’ର ସେ ଅକାମୀ ହାତରେ ରାକ୍ଷୀ ଟେ ବାନ୍ଧି କହିବ ଭାଇ ମୁଁ ଅଛି ପରା ପିଲା ଦିନୁ ତମେ ମୋ ମା-ବାପା ହେଇ ବଡ କଲ ଆଉ ଏବେ ମୋ ପାଳି ତମ ଯତ୍ନ ନେବା । କିନ୍ତୁ ଚାରି ବର୍ଷରେ ଏମିତି କେବେ ହେଲାନି, ମିଲି ତା’ ଭାଇର ସେ ପୋଡା-ହାଡ ଦିଶୁଥା ହାତରେ ରାକ୍ଷୀ ବାନ୍ଧିଲା ବେଳେ କହୁଥିଲା ହାତ ଠିକ୍ ଥିଲାବେଳେ ତ କିଛି ଦେଇନ ଆଉ ଏବେ ଛେନା ଟା ଦେବ । ମାନସର ଆତ୍ମା କାନ୍ଦେ, ସେ ଖୁବ୍ ଅସହାୟ ଭାବେ ତା ଭଉଣୀ ମୁହଁକୁ ଚାହିଁ ରଖେ, ଆଉ ଦୁଇଦିନରେ ରାକ୍ଷୀ, ସେଥିଲାଗି ଭାଇଟେ ପୁରାଣ ଗପ କହି ତା’ ଭଉଣୀର ସ୍ନେହ ପାଇବାର ବୃଥା ଚେଷ୍ଟା କରୁଥିଲା । ସେ ବିଫଳ ହେଇ ଛଳ ଛଳ ଆଖିରେ ଠାକୁରଙ୍କୁ କହୁଥିଲା ପ୍ରଭୁ ମୋ ଭଉଣୀ ବଂଚିଥିବା ଯାଏଁ ମତେ ବଂଚେଇ ରଖ । ମୁଁ ପରା ତା’ର ଏକମାତ୍ର ସାହାରା…..
ଭଗବାନ ବି ବୋଧେ ଅସହାୟ ଭାଇର ବିକଳ ପ୍ରାର୍ଥନା ବୁଝି ପାରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ