5T ରୂପାନ୍ତରିତ ବିଦ୍ୟାଳୟ ଭାବେ ଉଦ୍ଘାଟିତ ହେଲା ମୁନିଗାଡ଼ି ଉଚ୍ଚ ବିଦ୍ୟାଳୟ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ସ୍ଥିତ ଶ୍ରୀ ଶ୍ରୀ ଉତ୍ସବେଶ୍ୱର ଉନ୍ନୀତ ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ 5T ରୂପାନ୍ତରିତ ବିଦ୍ୟାଳୟ ଭାବେ ଉଦ୍ଘାଟିତ ହୋଇଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଜିଲ୍ଲାପରିଷଦ ସଭ୍ୟ ତନ୍ମୟି ନାହାକ, ସରପଞ୍ଚ ସବିତା ସ୍ୱାଇଁ, ସମିତିସଭ୍ୟ ନମିତା ବିଷୋୟୀ, ପିଇଓ ସୁକାନ୍ତ ନାୟକ, ପ୍ରଧାନ ଶିକ୍ଷକ ଦିଗମ୍ବର ପ୍ରଧାନ, ସମାଜସେବୀ ସନ୍ତୋଷ କୁମାର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଶଙ୍କର ସାହୁ, ଗ୍ରାମ୍ୟ ସଭାପତି ରବୀନ୍ଦ୍ର ସାହୁ, ପୂର୍ବତନ ସମିତିସଭ୍ୟ ପଦ୍ମନାଭ ଗୌଡ଼, ନାଏବ ସରପଞ୍ଚ ଲକ୍ଷ୍ମୀ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I