ପାଗଳ ବିଲୁଆ କାମୁଡାରେ ୬ ଆହତ : ଜଣେ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି : ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ କରିଥିବା ଜଣାପଡିଛି। ଆହାତ ମାନେ ହେଲେ ନରସିଂହପୁର ଗ୍ରାମର ଏଲ.ଭଗବାନ(୫୦), ଇ. ବାଞ୍ଛାନିଧି(୬୦), କୁଶପଡ଼ା ଗ୍ରାମର ବି. ଗୀତା ଦୋରା(୩୬),ଏସ.ମିଥୁନ(୨୩),ଜି. ଜୟନ୍ତୀ(୪୨) ଏବଂ ବିଜୟ ପଦ୍ମନାଭପୁର ଗ୍ରାମର ଜଣେ ବ୍ୟକ୍ତି। ତାଙ୍କ ପରିଚୟ ଜଣାପଡିନାହିଁ।ସୋମବାର ସକାଳେ ଚାଷ ଜମି କୁ କାମ କରିବା ସହ ଜାଳେଣି କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ପାଗଳ ବିଲୁଆ ସେମାନଙ୍କୁ କାମୁଡି ଥିଲା।ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ନରସିଂହପୁର  ଗ୍ରାମର ଏଲ. ଭଗବାନ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ