ପୋଲିସ ଓ ପୌର ପରିଷଦର ଆନ୍ତରିକତା ଅଭାବ ଯୋଗୁଁ ଟ୍ରାଫିକ୍ ସମସ୍ୟା ବଢୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୋଲିସ ଓ ପୌର ପରିଷଦର ଆନ୍ତରିକତା ଅଭାବ ଯୋଗୁଁ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି. ଏନେଇ ଜନ ଅସନ୍ତୋଷ ଦେଖା ଦେଇଛି. ସୂଚନାରୁ ପ୍ରକାଶ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ପୁରୁଣାପାଟଣା ରାସ୍ତା ତଥା ଜିଲ୍ଲା ସରକାରୀ ହସ୍ପିଟାଲ ଛକ ନିକଟରେ ସକାଳ ସମୟରେ ରାସ୍ତା ଉପରେ ଅଞ୍ଚଳ ର ଆଖପାଖରେ କୃଷକ ମାନେ ପରିବା ବିକ୍ରି କରିବା ନିମନ୍ତେ ସହରକୁ ଆସିଥାନ୍ତି। ଏବଂ ଏହି ଚାଷୀଙ୍କ ପରିବା କିଣିବାକୁ ସହର ବାସିନ୍ଦା ବହୁତ ଆଗ୍ରହ ନିର୍ଉର ହୋଇ ଥିବା ବେଳେ ଉକ୍ତ ଚାଷୀମାନେ ରାସ୍ତା ଉପରେ ବସିକି ପରିବା ପତ୍ର ବିକ୍ରୀ କରୁଥିବାରୁ ସେଠାରେ ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ସେ ଅଞ୍ଚଳର ପରିସ୍ଥିତି ଅଣାୟତ୍ତ ହେବାର ଦେଖିବାକୁ ମିଳିଥାଏ।ସେ ଅଞ୍ଚଳରେ ପରିବା ପତ୍ର ବିକ୍ରୀ କୋରଣା ମହାମାରୀ ସମୟରୁ ଆରମ୍ଭ ହୋଇଥିଲା । ସେ ସମୟରୁ ସେହି ଅଞ୍ଚଳରେ ବଜାର ଦୋକାନ ବୃଦ୍ଧି ପାଇ ଗୋଟିଏ ଛୋଟିଆ ବଜାର ଆକାରରେ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବର୍ତମାନ ଏହି ଅଞ୍ଚଳରେ ଲୋକେ ସରକାରୀ ହସ୍ପିଟାଲ ଛକ ଠାରେ ଆସିଥିବା ପରିବା ସଂପୂର୍ଣ୍ଣ ରୁପେ ସଜ ପରିବା ବିକ୍ରି ହୋଇଥାଏ। ଏହି ସମସ୍ତ ବିଷୟବସ୍ତୁ କୁ ଆଧାର କରି ଜିଲ୍ଲା ପ୍ରଶାସନ ହାତରେ ପୌର ପରିଷଦ ପରିଚାଳନା ଥିବା ବେଳେ ସେ ଅଞ୍ଚଳରେ ଉଠାଦୋକାନ ତଥା ଭେଣ୍ଡିଂଜୋନ ପାଇଁ ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିଲା ହେଲେ ଦୁର୍ଭାଗ୍ୟ ର ବିଷୟ ଆଜି ପର୍ଯ୍ୟନ୍ତ ଉକ୍ତ ଭେଣ୍ଡିଂ ଜୋନ ଉପରେ ପୌରାଞ୍ଚଳ ବର୍ତମାନ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ନେଇ ନଥିବା ବେଳେ ସେ ଉଠା ଦୋକାନୀ ଉପରେ ନିର୍ଦିଷ୍ଟ ଚିନ୍ତା ମଧ୍ୟ କରିଥିବା ଦେଖିବାକୁ ମିଳିନାହିଁ। ଏହି ଅଞ୍ଚଳକୁ ସଦାସର୍ବଦା ହସ୍ପିଟାଲକୁ ଆସୁଥିବା ରୋଗୀଙ୍କର ଭିଡ଼ ଯମିଥିବା ବେଳେ ଆନ୍ଧ୍ରପ୍ରଦେଶ ର ଓଡ଼ିଶାକୁ ଅଭର ଲୋଡ୍ ବଡ଼ ବଡ଼ ଟ୍ରକ ଗାଡ଼ି ଗୁଡିକ ମଧ୍ୟ ଜିବା ଆସିବା ହେଉଥିବା ବେଳେ ଆନ୍ଧ୍ରପ୍ରଦେଶ ପୁରୁଣାପାଟଣା ରେ ସ୍କୁଲରେ ପିଲାମାନେ ପାଠପଢିବାକୁ ଯିବା ଆସିବା ନିମନ୍ତେ ସ୍କୁଲ ବସ୍, ଅଟୋ ରିକ୍ସା, ଦୁଇ ଚକିଆ,ଚାରି ଚକିଆ ଗାଡ଼ି ଜିବା ଆସିବା ସମୟରେ ଏହି ରାସ୍ତା ସଂପୂର୍ଣ୍ଣ ରୁପେ ଜାମ ହୋଇଯାଉଛି । ସେଥିପାଇଁ ଏଠାରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଗହଳି କୁ ରୋକିବା ନିମନ୍ତେ ପାରଳାଖେମୁଣ୍ଡି ପୁଲିସ ହୋମ୍ ଗାର୍ଡ ନିୟୋଜିତ କରାଯାଉଥିବା ବେଳେ ସେମାନେ ଏହି ଟ୍ରାଫିକ୍ ସମସ୍ୟା ସମାଧାନ କରିବା ପଛରେ ଥାଉ ପପଛକେ ସେମାନଙ୍କ ଫୋନ୍, ୱଡସପ୍ ଦେଖିବା ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଯଦି ଏଠାରେ ପୁଲିସ ପ୍ରଶାସନ ପକ୍ଷରୁ ସମାନ ଟ୍ରାଫିକ ସମସ୍ୟା ସମାଧାନ ହୋଇଥାନ୍ତା ତା’ହେଲେ ସଡ଼କ ସୁରକ୍ଷା ନିମନ୍ତେ ଲୋକଙ୍କ ପାଇଁ କୋୖଣସି ସମସ୍ୟା ହୋଇ ନଥାନ୍ତା। ଅପରପକ୍ଷରେ ପୌରପରିଷଦ ପକ୍ଷରୁ ନିର୍ମାଣଧିନ ଭେଣ୍ଡିଂ ଜୋନ ଦୋକାନ ଗୁଡ଼ିକୁ ଯେଉଁ ବ୍ୟବସାୟୀ ମାନଙ୍କ ବ୍ୟବହାର ନିମନ୍ତେ ନିର୍ମାଣ କରାଯାଇଛି ଯଥା ଶୀଘ୍ର ସେମାନଙ୍କୁ ସରକାରୀ ନିୟମାନୁସାରେ ପ୍ରଦାନ କରିଥିଲେ ସେମାନଙ୍କ ବ୍ୟବସାୟ ବଢ଼ିବା ସାଙ୍ଗକୁ ପୌର ପରିଷଦ ର ଅର୍ଥିକ ସ୍ତିତି ବଢିଥାନ୍ତା ଏବଂ ଏହାର ସହିତ ସାଧାରଣ ଲୋକଙ୍କ ଯିବା ଆସିବା ରେ ବାଧାପ୍ରାପ୍ତ ରୁ ମୁକ୍ତ ରହିଥାନ୍ତେ ବୋଲି ଅଞ୍ଚଳ ବାସିନ୍ଦା ଙ୍କ ଠାରୁ ସୁଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ