ଇତିହାସ ରଚିଲା ଭାରତ
ଏ ବିଶ୍ୱ ବ୍ରହ୍ମାଣ୍ଡ ର ମହାକାଶ ବିଜ୍ଞାନ ରେ ଯେଉଁ ନିର୍ଦ୍ଦିଷ୍ଟ ହାତଗଣତି ରାଷ୍ଟ୍ର ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବା ରେ ସଫଳ ହୋଇଛନ୍ତି,, ସେହି ସୂଚୀ ରେ ଭାରତ ଆଗରେ ରହିଛି | ସ୍ୱଦେଶୀ ଜ୍ଞାନ କୌଶଳ ରେ ସ୍ୱଳ୍ପ ଖର୍ଚ୍ଚରେ କିପରି ଅତି ଉନ୍ନତ ମହାକାଶ ଯାନ ନିର୍ମାଣ କରିବା ର କଳା କେବଳ ଆମ ଦେଶ ଭାରତ ର ମହାକାଶ ଗବେଷଣା ସଂଗଠନ ଇସ୍ରୋ (ISRO) କୁ ଜଣା |ସେହି ବିଦ୍ୟା ରେ ଆମ ଦେଶ ସିଦ୍ଧହସ୍ତ | ଏହା ଆମେରିକା, ରୁଷିଆ, ଚୀନ, ଜାପାନ ଭଳି ଶକ୍ତିଶାଳୀ ବିକଶିତ ଦେଶ ମାନଙ୍କୁ ଆଚମ୍ବିତ କରିଛି | ଏହା ବାସ୍ତବ ରେ ଆମ ରାଷ୍ଟ୍ର କୁ ଗୌରବାନ୍ୱିତ କରିଛି ଏବଂ ବିଂଶ ଶତାବ୍ଦୀ ରେ ଆମ ଦେବଭୂମି ,ପୁଣ୍ୟଭୂମି, ମାତୃଭୂମି ଆମ ରାଷ୍ଟ୍ର ଭାରତ ତାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଏକାକୀ ସକ୍ଷମ ହୋଇଛି |ଏ ବିଶ୍ୱବ୍ରହ୍ମାଣ୍ଡ ରେ ମନୁଷ୍ୟ ଶ୍ରେଷ୍ଠ ବୁଦ୍ଧିମାନ ପ୍ରାଣୀ | ନିଜର ଉପସ୍ଥିତ ବୁଦ୍ଧି ର ପ୍ରୟୋଗ କରି ବିଜ୍ଞାନ ର ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବଳରେ ଉଭୟ ଜଳପଥ ସ୍ଥଳପଥ ଓ ଆକାଶପଥ ରେ ମନୁଷ୍ୟ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରି ଚାଲିଛି | ଚନ୍ଦ୍ର ପୃଷ୍ଠରେ ସଫଳତା ପୂର୍ବକ ମହାକାଶ ଯାନ ଅବତରଣ କରିବା ରେ ବର୍ତମାନ ସୁଦ୍ଧା 4ଟି ଦେଶ ଭାରତ,ଆମେରିକା, ରୁଷିଆ ଏବଂ ଚୀନ ସଫଳ ହୋଇଛନ୍ତି | ଭାରତ ଚନ୍ଦ୍ରଯାନ -3 ଚନ୍ଦ୍ରପୃଷ୍ଟ ରେ ଅବତରଣ କରି ପୁଣି ଥରେ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି | ସେଥିପାଇଁ ଆମ ଦେଶ ର 140 କୋଟି ଜନତା ଏବଂ ଏ ପୃଥିବୀ ରେ ଅବସ୍ଥିତ ଥିବା ସମସ୍ତ ଦେଶ ଏ ଐତିହାସିକ ମୁହଁର୍ତ୍ତ କୁ ଚାତକ ପରି ଅପେକ୍ଷା କରି ରହିଥିଲେ ଏବଂ ଗତକାଲି ଆମ ଦେଶ ଚନ୍ଦ୍ରଯାନ -3 ଚନ୍ଦ୍ର ପୃଷ୍ଟ ରେ ଅବତରଣ କରି ଇତିହାସ ର ସ୍ୱର୍ଣ୍ଣିମ ଅଧ୍ୟାୟ ନିଜକୁ ଲିପିବଦ୍ଧ କରିଛି |ପ୍ରଥମ ଦେଶ ଭାବରେ ରୁଷିଆ ନିଜର ମହାକାଶ ଯାନ କୁ ଚନ୍ଦ୍ର ପୃଷ୍ଠ ରେ ଅବତରଣ କରିବାକୁ ସକ୍ଷମ ହୋଇଥିଲା | ରୁଷିଆ ର ଲୁନା -2 …ମହାକାଶ ଯାନ ଏହି ବିରଳ କାର୍ଯ୍ୟ 12-ସେପ୍ଟେମ୍ବର- 1959 ମସିହାରେ ସଫଳତାର ସହ ଅବତରଣ କରିବାକୁ ସକ୍ଷମ ହେଇଥିଲା ଏବଂ ଅନ୍ୟ ଦେଶର ବୈଜ୍ଞାନିକ ମାନଙ୍କ ମଧ୍ୟରେ ବିଶ୍ୱାସ ଓ ଆଶା ସଂଚାର କରିଥିଲା |ଆମ ଦେଶର ମହାକାଶ ଗବେଷଣା କେନ୍ଦ୍ର (ISRO )22-ଅକଟୋବର -2008 ମସିହା ରେ ଚନ୍ଦ୍ରପୃଷ୍ଠ ରେ ନିଜର ମହାକାଶ ଯାନ ଚନ୍ଦ୍ରୟାନ -1 ସଫଳତା ପୂର୍ବକ ଅବତରଣ କରାଇଥିଲା | ଚନ୍ଦ୍ରଯାନ- 2 ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା | ଚନ୍ଦ୍ରଯାନ -2 ଅଭିଯାନ ରେ ଇସ୍ରୋ କୁ 95 ପ୍ରତିଶତ ସଫଳତା ମିଳିଥିଲା | ଆମ ଦେଶର ବୈଜ୍ଞାନିକ ମାନେ ଅପ୍ରାଣ ଉଦ୍ୟମ କରିଥିଲେ ଏହାକୁ ସଫଳତା ପୂର୍ବକ ଚନ୍ଦ୍ରପୃଷ୍ଠ ରେ ସଫ୍ଟ(soft) ଲ୍ୟାଣ୍ଡି କରିବା ପାଇଁ କିନ୍ତୁ ଦୁର୍ଭାଗ୍ୟବଶତ ଏହା ଶେଷ ମୁହଁର୍ତ୍ତ ରେ ସଫଳ ହୋଇ ପାରିନଥିଲା | ଯୋଜନା ମୁତାବକ ଚନ୍ଦ୍ରୟାନ -2 ଚନ୍ଦ୍ର ର କକ୍ଷପଥ ରେ ପହଛିବା ପରେ, ପ୍ରଜ୍ଞାନ ରୋଭର କୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠ ରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନ ରେ ଅବତରଣ କରିବା ବେଳେ, ବିକ୍ରମ ଲ୍ୟାଣ୍ଡର ଟି ନିର୍ଧାରିତ କକ୍ଷ ପଥ ରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠ ରୁ 2. 1 କିଲୋମିଟର ଉଚ୍ଚତା ରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା | ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ ଅପଟିକାଲ ଚିତ୍ର କୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲାଣ୍ଡିଙ୍ଗ କରିଛି ବୋଲି ଇସ୍ରୋ ର ପୂର୍ବତନ ମୁଖ୍ୟ “କେ ଶିବନ ମତବ୍ୟକ୍ତ କରିଥିଲେ | ଲାଣ୍ଡିଙ୍ଗ ର 14 ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ଓ ନାସା ପକ୍ଷରୁ ଉଦ୍ୟମ କରାଯାଇଥିଲା କିନ୍ତୁ କୋଣସି ସଫଳତା ମିଳିନଥିଲା |ଚନ୍ଦ୍ରଯାନ -3 ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ (ISRO ) ଦ୍ୱାରା ଚନ୍ଦ୍ର ର ଦକ୍ଷିଣ ମେରୁରେ ଅବତରଣ କରିବା ଲକ୍ଷ୍ୟରେ ନିର୍ମିତ ହୋଇଛି | ଚନ୍ଦ୍ରଯାନ -3 14-ଜୁଲାଇ-2023 ରେ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଭାରତୀୟ ସମୟ ଅପରାହ୍ନ 2:51PM ଲଞ୍ଚ କରାଯାଇଥିଲା | ଚନ୍ଦ୍ରଯାନ -3 ହେଉଛି ଏକ ବହୁ ଭାଗ ମିଶନ, ଯେଉଁଥିରେ ଏକ କକ୍ଷପଥ, ଏକ ଲ୍ୟାଣ୍ଡର, ଏବଂ ରୋଭର ଅନ୍ତର୍ଭୁକ୍ତ | କକ୍ଷପଥ ଚନ୍ଦ୍ର କୁ ପରିକ୍ରମା କରିବ ଏବଂ ଚନ୍ଦ୍ରପୃଷ୍ଠ ଏବଂ ଏହାର ବାୟୁମଣ୍ଡଳ କୁ ଅଧ୍ୟୟନ କରିବ| ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠ ରେ ଅବତରଣ କରିବ ଏବଂ ରୋଭର ଚନ୍ଦ୍ରପୃଷ୍ଠ ରେ ବୈଜ୍ଞାନିକ ପରିକ୍ଷଣ କରିବ | ଚନ୍ଦ୍ରଯାନ -3 ର ବୈଜ୍ଞାନିକ ପରୀକ୍ଷଣ ରେ ଚନ୍ଦ୍ର ର ଦକ୍ଷିଣ ମେରୁରେ ଜଳ ବରଫ ର ଉପସ୍ଥିତ, ଚନ୍ଦ୍ରପୃଷ୍ଠ ଏବଂ ଏହାର ଗଠନ ମାଧ୍ୟାକର୍ଷଣ କ୍ଷେତ୍ର ଏବଂ ଚନ୍ଦ୍ର ର ବାୟୁମଣ୍ଡଳ ଅଧୟନ କରାଯିବ | ଚନ୍ଦ୍ରୟାନ -2 ମିଶନ ଫେଲ ହେବାର ଚାରି ବର୍ଷ ପରେ ବର୍ତମାନ ତୃତୀୟ ଥର ପାଇଁ ଭାରତ ସରକାର ଚନ୍ଦ୍ର କୁ ଏହି ଚନ୍ଦ୍ରୟାନ -3 ପଠେଇବା କୁ ନିଷ୍ପତି ନେଇଛନ୍ତି | ଚନ୍ଦ୍ରୟାନ -3 ସଫଳତା ର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ସକ୍ଷମ ହେଇଚି | ଏଥିରୁ ଚନ୍ଦ୍ର ବିଷୟ ରେ ଅନେକ ରୋଚକ ତଥ୍ୟ ଆମେ ପାଇପାରିବା | ଏହା ବ୍ୟତୀତ ବୈଜ୍ଞାନିକ ମାନେ ଏହା ଜାଣିବାକୁ ସକ୍ଷମ ହେବେ ଚନ୍ଦ୍ର ପୃଷ୍ଠ ରେ ମାନବ ସଭ୍ୟତା ସମ୍ଭବ ହୋଇପାରିବ କି ନାହିଁ? ଏବଂ ଏହାର ଖଣିଜ ପଦାର୍ଥ ଆମ ପାଇଁ କେତେ ଲାଭ ଦାୟକ ହେବ? ଏସବୁ ଅସମାହିତ ପ୍ରଶ୍ନ ର ଉତ୍ତର ଆମ୍ଭମାନଙ୍କୁ ମିଳି ପାରିବ |ଅତ୍ୟଧିକ ବେଗ ରେ ଗତି କରୁଥିବା ଏକ ମହାକାଶ ଯାନ କୁ ବାୟୁ ଶୂନ୍ୟ ପରିବେଶ ସୂକ୍ଷ୍ମ ମାଧ୍ୟାକର୍ଷଣ ବଳ ଏବଂ ପାଉଁଶ ପରି ଚନ୍ଦ୍ରପୁଷ୍ଟ ରେ ଅବତରଣ କରବା ଅତି ଜଟିଳ ପ୍ରକ୍ରିୟା । ଏହାକୁ ସଫ୍ଟ ଲ୍ୟାଣ୍ଡିଙ୍ଗ କୁହାଯାଏ । ଏ ପର୍ଯ୍ୟନ୍ତ ଆମେରିକା ରୁଷିଆ ଏବଂ ପରେ ଚୀନ ଚନ୍ଦ୍ରପୃଷ୍ଠ ର ଉତ୍ତର ମେରୁ ରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ସଫଳତା ହାସଲ କରିଛନ୍ତିି । କିନ୍ତୁ ଏ ପର୍ଯ୍ୟନ୍ତ ବିଶ୍ଵର କୌଣସି ଦେଶ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବା ସଫଳ ହୋଇନାହାନ୍ତି । ବିଶ୍ଵର ପ୍ରଥମ ଦେଶ ଭାବରେ ଭାରତ ସେହି ବିରଳ ରେକର୍ଡ଼ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରି ଖ୍ୟାତି ଅର୍ଜନ କରିଛି । ବିଶ୍ଵର ବହୁତ କମ୍ ବ୍ୟକ୍ତି ଙ୍କ ଜ୍ଞାତ ସାରରେ ଏହା ଥିବ କି ଚନ୍ଦ୍ରଯାନ- ୩ ପଛରେ ଆମ ରାଜ୍ୟ ଓଡିଶା ର ଅତୁଳନୀୟ ଅବଦାନ ରହିଛି। ଚନ୍ଦ୍ରଯାନ -୩ ର ଅଧିକାଂଶ ଉପକରଣ ଓଡ଼ିଶାରେ ତିଆରି ହୋଇଛି । ଲ୍ୟାଣ୍ଡର ରେ।ଭର ଏବଂ ମହାକାଶ ଯାନର ପ୍ରମୁଖ ଉପାଦାନ ଭୁବନେଶ୍ଵର ର ସିଟଟିସି (CTTC) ରେ ପ୍ରସ୍ତୁତ କରାଯାଇଛି। ପ୍ରଶିକ୍ଷଣ କେନ୍ଦ୍ରର ୧୦୦ ରୁ ଅଧିକ technician ଗତ ଦୁଇ ବର୍ଷ ଧରି ନିଜର ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ପାଇଁ ଏହା ସମ୍ଭବ ହୋଇ ପାରିଛି । ଇସ୍ରୋ (ISRO) ର ବୈଜ୍ଞାନିକ ମାନେ ଚନ୍ଦ୍ରଯାନ -୩ ରେ ଯାନ୍ତ୍ରିକ ତ୍ରୁଟି ନ ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିଲେ । ୧୪୦ କୋଟି ଭାରତୀୟ ଙ୍କ ର ସ୍ନେହ, ଭଲ ପାଇବା , ପ୍ରାର୍ଥନା ଏବଂ ଜଗତର ନାଥ ଜଗନ୍ନାଥଙ୍କ ଆର୍ଶୀବାଦ ବଳରେ ଚନ୍ଦ୍ରଯାନ- ୩ ର ମିଶନ ସଫଳ ହେଲା ଏବଂ ମହାକାଶ ରେ ଆମ ଜନ୍ମଭୂମି, ମାତୃଭୂମି, ଦେବଭୂମି ଭାରତ ଦକ୍ଷିଣ ମେରୁ ରେ ଚନ୍ଦ୍ରାବତରଣ କରି ଅନ୍ୟ ସବୁ ଦେଶ କୁ ପଛ ରେ ପକାଇ ଇତିହାସ ର ସ୍ବର୍ଣାକ୍ଷର ନିଜ ନାମ କୁ ଲିପିବଦ୍ଧ କଲା |ଇସ୍ରୋ (ISRO)ର ଅଫିସିଆଲ ଟୁଇଟର ଆକାଉଣ୍ଟ (account )ଦିଆଯାଇଥିବା ଡାଟା ଅନୁସାରେ ଚନ୍ଦ୍ରୟାନ -3 ଦ୍ୱିତୀୟ ଡ଼ି- ବୁଷ୍ଟିଙ୍ଗ ପ୍ରକ୍ରିୟା ସଫଳ ହୋଇଛି | ଲ୍ୟାଣ୍ଡର ବିକ୍ରମ ଅବତରଣ ନିରାପଦ ସ୍ଥାନରେ କରିବାକୁ ସକ୍ଷମ ହେଇଛି | ଲ୍ୟାଣ୍ଡର ହାଃଜ଼ାର୍ଡ ଡିଟେସ୍କନ ଓ ଅଵୋଇଡ୍ୟାନ୍ସ କ୍ୟାମେରା ରୁ (LHDAC) ଫଟୋ ଉତ୍ତଳୋନ କରିବାକୁ ସକ୍ଷମ ହୋଇଛି ବିକ୍ରମ | ସୁରକ୍ଷିତ ଲ୍ୟାଣ୍ଡି ସ୍ଥାନ ଅନୁସନ୍ଧାନ କରିବା ରେ ସହଯୋଗ କରିଛି LHDA କ୍ୟାମେରା | ଅଗଷ୍ଟ 23, ସନ୍ଧ୍ୟା 6ଟା 4ମିନିଟ ରେ ଚନ୍ଦ୍ରଯାନ -3ସମ୍ପୂର୍ଣ ଭାବରେ ଚନ୍ଦ୍ର ପୃଷ୍ଠ ଅବତରଣ କରିଛି | ଆମ ଦେବଭୂମି, ପୁଣ୍ୟଭୂମି,ମାତୃଭୂମି ଭାରତ ବିଶ୍ୱ ଇତିହାସ ରେ ଆଉ ଏକ ବିରଳ ଦୃଷ୍ଟାନ୍ତ ପ୍ରଦର୍ଶନ କରିବାକୁ ଏକାକୀ ସକ୍ଷମ ହେଇଛି | ଏହା 140କୋଟି ଭାରତୀୟ ଲୋକ ଙ୍କ ପାଇଁ ନିଶ୍ଚିତ ଭାବରେ ଐତିହାସିକ ମୁହଁର୍ତ୍ତ | ଆମ ଦେଶର ମହାକାଶ ଗବେଷଣା ସଂଗଠନ ଇସ୍ରୋ ର (ISRO )ବୈଜ୍ଞାନିକ ମାନେ ରେକର୍ଡ ପରେ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି | ଚନ୍ଦ୍ରୟାନ -3 ସଫଳ ହେବା ପରେ, ଆଦିତ୍ୟ -L1 ମିଶନ (ସୂର୍ଯ୍ୟ ଙ୍କ ଗବେଷଣା କରିବାରେ ), ଗଗନାୟାନ( ଅନ୍ତରୀକ୍ଷ ଉପରେ ଗବେଷଣା) ଏବଂ ଶୁକ୍ରାୟାନ (ଶୁକ୍ର ଗ୍ରହ ଉପରେ ଗବେଷଣା ), ମଙ୍ଗଳାୟାନ (ମଙ୍ଗଳଗ୍ରହ ଉପରେ ଗବେଷଣା) ର ଲକ୍ଷ ନେଇ ଆଗକୁ ଅଗ୍ରସର ହେଉଛନ୍ତି | ନିକଟ ଭବିଷ୍ୟତ ରେ ଇସ୍ରୋ ର ବୈଜ୍ଞାନିକ ମାନେ ଏହି ମିଶନ ଗୁଡ଼ିକ ର ସଫଳ ରୂପାୟନ କରିବେ, ଏହା ଜଗତ ର ନାଥ ଜଗନ୍ନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା |