ସ୍ଵଳ୍ପ ସଞ୍ଚୟ ଅଭିକର୍ତାଙ୍କ ସଚେତନତା ଶିବିର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ବିଭାଗ ପକ୍ଷରୁ ଆଜି ରାଜସ୍ବ ନିରୀକ୍ଷଣ ବଙ୍ଗଳl ର ସମ୍ମିଳନୀ କକ୍ଷରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହରି ଚରଣ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରବି ନାରାୟଣ ବେହେରା ,ସମ୍ମାନିତ ଅତିଥି ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ ଓ ପୋଷ୍ଟlଲ ସିନିୟର୍ ସୂପରିଟେଣ୍ଡ ଶ୍ରୀ ପୀତବାସ ଜେନା ଉପସ୍ଥିତ ରହିଥିଲେ l ସ୍ୱଳ୍ପ ସଞ୍ଚୟ ବିଭାଗର ବିଭିନ୍ନ ଯୋଜନା ଯେପରି କିଶlନ ବିକାଶ ପାତ୍ର, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ମହିଳା ସମ୍ମାନ ସେଭିଙ୍ଗ,ସୁକନ୍ୟା ଯୋଜନା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ l ସେହିପରି ନିଜେ ସଚେତନ ହେବା ସହ ଅନ୍ୟ କୁ ସଚେତନ କରିବାକୁ ଆବଶ୍ୟକ, ଟଙ୍କା କୁ ବହୁବିଧ ନିବେଶ କରି ଭବିଷ୍ୟତ ରେ ଆର୍ଥିକ ସ୍ୱଚ୍ଛଳ କିପରି ହୋଇପାରିବେ ,ନିର୍ଭର ଯୋଗ୍ୟ ସଂସ୍ଥା ରେ ନିଜର ପୁଞ୍ଜି ଜମା କରିବା ,ନିଜର କଷ୍ଟ ଉପର୍ଜିତ ଟଙ୍କା କୌଣସି ଠକ ସଂସ୍ଥା ରେ ଜମା ନକରିବା , ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ନରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ ବୋଲି ଅତିଥି ଗଣ ନିଜ ନିଜ ଅଭିଭାଷଣରେ କହିଥିଲେ l ଏବଂ ଗଞ୍ଜାମ ଜିଲ୍ଲାର ସ୍ଵଳ୍ପ ସଞ୍ଚୟ ପ୍ରତିନିଧି ମାନଙ୍କୁ ପ୍ରଥମ ଥର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାକା , ଗଞ୍ଜାମ ଜିଲ୍ଲାର ସ୍ଵଳ୍ପ ସଞ୍ଚୟ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l