ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ଉଦଜାପନୀ ଉତ୍ସବ ପାଳିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଫ୍ରେଣ୍ଡସ ହେଲପିଙ୍ଗ କ୍ଲବର ନିଜସ୍ୱ କାର୍ଯ୍ୟାଳୟ ସ୍ନେହମ ଠାରେ ତା ୨୫.୦୮.୨୦୨୩ ରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ଉଦ ଜାପନୀ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଜେକ୍ଟ ଚେଇରମାନ ବି.ଲଷ୍ମୀନାରାୟଣ ପାତ୍ର ଆରମ୍ଭ କରି ଥିଲେ ଓ ଏହି ପକ୍ଷମଧ୍ୟରେ ୧୭ଟି କାର୍ଯ୍ୟକ୍ରମ ହୋଇଥିବା ସୁଚେଇଥିଲେ। ସଭାରେ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବର ସଭାପତି ଇ.ପ୍ରଶାନ୍ତ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ଅବସର ପ୍ରାପ୍ତ ଚକ୍ଷୁବିଭାଗର ପ୍ରୋଫେସର ବି.ନାଗେଶ୍ୱର ରାଓ ସୁବୁଦ୍ଧି ମୁଖ୍ୟ ଅତିଥି, ସ୍ବେଛାସେବୀ ସୁଧୀର ରାଉତ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବି. ନଗେଶ୍ୱର ରାଓ ସୁବୁଦ୍ଧି ଚକ୍ଷୁଦାନ ପାଇଁ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବର ଏହି ପନ୍ଦର ଦିନରେ ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରିବାରେ ଏକ ଉଦାହରଣ କରିଥିବା ଜଣାଇଛନ୍ତି। ଇ.ଟି.ରାଓ ଓ ଜମ୍ମୁଲା ସୁରେଶଙ୍କ ପ୍ରଚେଷ୍ଟା ଓ ପ୍ରେରଣା ଫଳରେ ୪୦୦ ରୁ ଉର୍ଦ୍ଧ କର୍ଣ୍ଣିଆ ଜନିତ ଦୃଷ୍ଟିବାଧିତ ଲୋକ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି ଓ ବ୍ରହ୍ମପୁର ଏମ.କେ.ସି.ଜି. ମେଡିକାଲ କଲେଜ ଓଡ଼ିଶାରେ ଚକ୍ଷୁ ସଂଗ୍ରହ କରିବା ଓ ପ୍ରତିରୋପଣ କରିବାରେ ଅଗ୍ରଭାଗରେ ଥିବା ସୁଚେଇଥିଲେ। ଜନସାଧାରଣଙ୍କୁ ଚକ୍ଷୁଦାନ ପାଇଁ ସଚେତନ କରିବା ସଙ୍ଗେ ସଙ୍ଗେ ଚକ୍ଷୁ ଗ୍ରହୀତାଙ୍କୁ ଚକ୍ଷୁରୋପଣ ପାଇଁମଧ୍ୟ ପ୍ରେରଣା ଦେବା କାର୍ଯ୍ୟ ହାତକୁ ନେବାକୁ କହିଥିଲେ। ସମ୍ମାନୀତ ଅତିଥୀ ସୁଧୀର ରାଉତ ପ୍ଲାଷ୍ଟିକ ଯୋଗୁଁ ମଧ୍ୟ ଦୃଷ୍ଟିଶକ୍ତି ହରାଉଥିବା ଜଣାଇଥିଲେ ଓ ପ୍ଲାଷ୍ଟିକ ବ୍ୟବହାର ନିଜେ ବର୍ଜନ କରିବା ଓ ସର୍ବସାଧାରଣଙ୍କୁ ସଚେତନ କରିବା ଆବଶ୍ୟକ । ପ୍ଲାଷ୍ଟିକ ବର୍ଜନ ପାଇଁ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ୍ ଏକଲକ୍ଷ କନା ବେଗ ବ୍ରହ୍ମପୁର ସହରରେ ବାଣ୍ଟିବା ପାଇଁ କରିଥିବା ଯୋଜନା ପ୍ରଣୀଧାନ ଯୋଗ୍ୟ ବୋଲି କହିଥିଲେ। ସେହିପରି ଡା ଟି.ପ୍ରକାଶ ରାଓ ସୁସମ ଖାଦ୍ୟ, ପରିବେଶ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଚକ୍ଷୁବିଶେଷଜ୍ଞ ଡ. ଇ. ଜୟନ୍ତୀ ରାଓ ସଚେତନତା ସହ ମୁତ୍ଯୁ ସମୟରେ ପରିବାରର ସମସ୍ତ ସଦସ୍ୟଙ୍କୁ ମୋଟିଭେଟ କରିବା ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି କହିଥିଲେ। ୨୦୦୦ ମସିହାରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଚକ୍ଷୁଦାନ ପାଇଁ ବୁଝାଇବାକୁ ପଡୁଥିଲା ଓ ବିଭିନ୍ନ ନିର୍ଯାତନା ଭୋଗିବାକୁ ପଡୁଥିଲା କିନ୍ତୁ ଆଜି ଆମ ବ୍ରହ୍ମପୁରରେ ମୃତ୍ୟୁପରେ ମୃତ ବ୍ୟକ୍ତିର ପରିଜନ ଚକ୍ଷୁ ଦାନକରିବାକୁ ଚାହୁଁଛୁ , ଶୀଘ୍ର ଡାକ୍ତରଙ୍କୁ ପଠାନ୍ତୁ ବୋଲି ଜଣାଉଛନ୍ତି।ଏହି ପକ୍ଷ ଅବଧିରେ ବିଭିନ୍ନ ବିଦ୍ୟାଳୟରେ ଚକ୍ଷୁଦାନ ବିଷୟରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟୀ ଛାତ୍ରୀ ଛାତ୍ରମାନଙ୍କୁ ପଦକ ଦେଇ ପୁରସ୍କୃତ କରା ଯାଇଥିଲା। ବକ୍ତୃତା ପ୍ରତିଯୋଗିତାରେ ସୁମେଧାରାଣୀ ସାହୁ ପ୍ରଥମ,ପ୍ରଗତି ସାମନ୍ତରା ଦ୍ଵିତୀୟ, କାହୁ ଚରଣ ମହାନ୍ତି ଓ ସଞ୍ଜଳି ନାୟକ ତୃତୀୟ, ସେହିପରି ବକ୍ତୃତା ପ୍ରତିଯୋଗିତାରେ ସିଦ୍ଧାର୍ଥ ଶଙ୍କର ନାୟକ ପ୍ରଥମ, ସୁମେଧାରାଣୀ ସାହୁ ଦ୍ଵିତୀୟ ଓ ଦୁଷ୍ମନ୍ତ ନାୟକ ତୃତୀୟ ଓ ଲାଞ୍ଜିପଲ୍ଲୀ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁଭରି ପ୍ରଧାନ, ପ୍ରଥମ, ରଂଜଳି ପ୍ରଧାନ ଦ୍ଵିତୀୟ , ବୈଶାଳୀ ସାହୁ ତୃତୀୟ ଓ ଲାଞ୍ଜିପଲ୍ଲୀ ମୁନିସିପାଳିଟି ବାଳକ ବିଦ୍ୟାଳୟରେ ଅନୁଷ୍ଠିତ ଚିତ୍ର ପ୍ରତିଯୋଗୀତାରେ ମନୋଜ କୁମାର ସେଠୀ,ଆଡ୍ରିଶ ଦାସ ଦ୍ଵିତୀୟ ଓ ଟି ପାପ ରାଓ ତୃତୀୟ ପୁରସ୍କାର ପାଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିବା ଯୋଗୁଁ ସମସ୍ତ ପ୍ରୋଜେକ୍ଟ ଡିରେକ୍ତର ଇ. ଡି. ପାତ୍ର, ଏ.ଏସ.ଏନ.ଗୁପ୍ତା, ଅନୀଲ କୁମାର ଚୌଧୁରୀ , ଏମ. ବିଦ୍ୟସାଗର, ଜେ.ସୁରେଶ, ପି.କିରଣ କୁମାର,ପି. ଶ୍ରୀକାନ୍ତ ସେନାପତି, ରାମଚନ୍ଦ୍ର ରାଓ, Ch. ଶିବପ୍ରସଦ ରାଓ, ବସନ୍ତ କୁମାର ସାହୁ, ମନୋଜ କୁମାର ପାଢୀ, କେ.ନନ୍ଦେଷୁ ସେନାପତି, କେ. ପୁରୁଷୋତ୍ତମ କୁମାର ସୁବୁଦ୍ଧି, ଭି.ଭି.ଭେଙ୍କଟରତ୍ନମ ରାଜୁ, ସତ୍ୟକମ ପାତ୍ର ଓ ବିଭିନ୍ନ କାର୍ଯ୍ୟକ୍ରମରେ ବିଚାରକ ମାନଙ୍କୁ ପୁରସ୍କୃତ କରାଗଲା।ଚକ୍ଷୁଦାନ ପକ୍ଷ ପାଳନ ପାଇଁ ସହଯୋଗ ପାଇଁ ଆର୍ଯ୍ୟଭଟ୍ଟ ଫୋଉଣ୍ଡସନ, ବସନ୍ତ ଏକାଡେମୀ, ସଂକଳ୍ପ ସେକେଣ୍ଡାରୀ ବିଦ୍ୟାଳୟ, ରୋଟାରୀ କ୍ଲବ, tears to smile ସଂଗଠନ ଓ ବ୍ୟକ୍ତିତ୍ୱଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସଭାପତି ଇ.ପ୍ରଶାନ୍ତ କୁମାର ପାତ୍ରଙ୍କୁ ସମସ୍ତ କାର୍ଯ୍ୟ କ୍ରମରେ ଯୋଗଦାନ ସହ ସମସ୍ତ ସଭ୍ୟ/ ସଭ୍ୟଙ୍କୁ ଉତ୍ସାହିତ କରିଥିବାରୁ ସଭାପତିଙ୍କ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।ପରିଶେଷରେ ସମ୍ପାଦକ ଏମ. ,ବିଦ୍ୟସାଗର ଚକ୍ଷୁଦାନ ପକ୍ଷ ପାଳନର ପ୍ରତ୍ୟେକ ଦିନର ଖବର ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ହେଉଥିବାଯୋଗୁଁ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେଇଥିଲେ ଓ ମୁଖ୍ୟ ଅତିଥୀ, ସମ୍ମାନାନୀୟ ଅତିଥି , ସଭାପତି ,ଓ ପ୍ରୋଜେକ୍ଟ ଚେଇରମାନ, ଓ ସମସ୍ତ ସଭ୍ୟ , ସମସ୍ଥ ବିଦ୍ୟାଳୟ ଓ ଅନୁଷ୍ଠାନ ମାନଙ୍କୁ ଧନ୍ୟବାଦ ସହ ସଭା ସାଙ୍ଗ ହୋଇଥିଲା।