ଜନ୍ମାଷ୍ଟମୀ ପାଇଁ ଶ୍ରୀ ରାଧାକାନ୍ତ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ଼

ନିମାପଡା, (ସନ୍ତୋଷ ଦାଶ):ଆଜି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ପ୍ରାଚୀ ଉପତ୍ୟକା ର ମଠ ମନ୍ଦିର ସବୁ ଉତ୍ସବ ମୁଖର ହୋଇଉଠିଛି।ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ ଦର୍ଶନ ଓ ପୂଜାଚର୍ନାକରିବାସହିତ ଫଳ ମୂଳ, ରାଶି ଲଡୁ ଭୋଗ ଲାଗି କରିଛନ୍ତି। ପ୍ରାତଃ ରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମଠ, ଆଶ୍ରମ ଗୁଡ଼ିକ ରେ ଭକ୍ତ ମାନଙ୍କ ଗହଳି ଲାଗିରହିଛି। ପୁରୀ ଜିଲ୍ଲା ନିମାପଡା ବ୍ଲକ ଛଣିଜଙ୍ଗ ଗ୍ରାମ ର ପ୍ରଭୁ ଶ୍ରୀ ରାଧାକାନ୍ତ ଙ୍କ ମନ୍ଦିର ରେ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ଲାଗିଥିଲା। ପ୍ରଭୁ ଙ୍କୁ ଆଜି ନଟବର ବେଶ ରେ ସଜ୍ଜିତ କରାଯାଇଛି ।ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ଵାରା ଭଜନ କୀର୍ତ୍ତନ ଜଣାଣ କରାଯାଇଥିଲା । ବିଳମ୍ୱିତ ରାତିରେ ଠାକୁର ଙ୍କ ଜନ୍ମ ଉତ୍ସବ ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହେବ ବୋଲି ପୂଜକ ବାବୁ ପାଢ଼ୀ ପ୍ରକାଶ କରିଛନ୍ତି।ଏହି ରାଧାକାନ୍ତ ଠାକୁର ଫଗୁଣ ମାସରେ ନିଜ ସୁସଜ୍ଜିତ ବିମାନ ରେ ଘରଘର ଚାଚେରୀ ଭୋଗ ଖାଇ ସଭାମଣ୍ଡପ ଠାରେ ଚତୁର୍ଦ୍ଦଶୀ ରାତ୍ରରେ ଅନୁଷ୍ଠିତ ହୋଇ ଆସୁଥିବା ପ୍ରସିଦ୍ଧ ହରିହର ଭେଟ ଉତ୍ସବ ରେ ହରି ଭାବେ ଯୋଗ ଦେଇ ଆସୁଛନ୍ତି। ଗବେଷକ ମାନଙ୍କ ମତରେ ପଞ୍ଚଦଶ ଶତାବ୍ଦୀ ଠାରୁ ଛଣିଜଙ୍ଗ ଗ୍ରାମ ରେ
ପ୍ରଭୁ ରାଧାକାନ୍ତ ଠାକୁର ପୂଜା ପାଇ ଆସୁଛନ୍ତି। ଜନ୍ମାଷ୍ଟମୀ ପାଇଁ ଛଣିଜଙ୍ଗ ଗ୍ରାମ ଉତ୍ସବ ମୁଖର ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ