ଉନ୍ନୟନମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ୨୮ନଂ ଜୋନ ର ୫ଟି ଗ୍ରାମପଞ୍ଚାୟତ ରେ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇ ଗ୍ରାମଗୁଡିକ ର ସ୍କୁଲ ଗୃହ ମରାମତି,କଂକ୍ରିଟ ରାସ୍ତା ନିର୍ମାଣ,ମନ୍ଦିର ର ଉନ୍ନତି ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ।ଭିତି ପ୍ରସ୍ତର ସ୍ଥାପନ ସମୟରେ ସ୍ଥାନୀୟ ଆସେଇଁକଳା ସରପଞ୍ଚ ଭାରତୀ ବବଙ୍ଗ।,ସନ୍ତୋଷ ଓରାମ,ପୂର୍ବତନ ସରପଂଚ ଦିଲ୍ଲୀପ ନାଏକ, କଣ୍ଡର। ଗ୍ରାମପଞ୍ଚାୟତ କାର୍ଯ୍ୟକ୍ରମ ସମୟରେ ସରପଂଚ ରିନା ନାଏକ,ସମିତି ସଭ୍ୟ ସୋମ ନାଥ ମହାନ୍ତ,ନନ୍ଦକିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ଚମକପୂର୍ ଗ୍ରାମପଞ୍ଚାୟତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ଙ୍କ ମଧ୍ୟରେ ରତୀ ରଞ୍ଜନ ମହାନ୍ତ, ଆଶିଷ ମହାନ୍ତ,ନିର୍ମଳ ବାରିକ ଦୀପ୍ତି ରଞ୍ଜନ ମହାନ୍ତ,ମୋହିତ ନାଏକ,ଅଗନୁ ଚରଣ ନାଏକ ଉପସ୍ଥିତ ଥିଲେ । ଦେଓଝର ଗ୍ରାମ ପଞ୍ଚାୟତ କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ଲକ୍ଷ୍ମୀ ମୁଣ୍ଡା,ଲକ୍ଷ୍ମଣ ନାଏକ,ଯୋଗେନ୍ଦ୍ର ବେହେରା ଓ ବିରିକଳ। ଗ୍ରାମ ପଞ୍ଚାୟତ କାର୍ଯ୍ୟକ୍ରମ ରେ ସରପଂଚ ମୁଖ ନାଏକ,ସମିତି ସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ,ପିନ୍ଟୁ ପଣ୍ଡା ପ୍ରମୁଖ ଙ୍କ ସହିତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।ବିଧାୟକ ପାଣ୍ଠିରୁ ୬୦ଲକ୍ଷ ଟଙ୍କା ଅନୁଦାନରେ ଉକ୍ତ ୫ଟି ପଞ୍ଚାୟତ ଗୁଡ଼ିକରେ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟ କରାଯିବ ।ଏହି କାର୍ଯ୍ୟକ୍ରମ ଗୁଡିକୁ ଯୋଡା ବ୍ଲକ ଛାତ୍ର ବିଜେଡ଼ି ସଭାପତି ଯୁଧିଷ୍ଠିର ପଲେଇ,ଏସ ଡି ସି ସଦସ୍ୟ ମଙ୍ଗଲ ମୁଣ୍ଡା,ଯୋଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚ।ଳନ। କରିଥିଲେ ।